ନୂଆଦିଳ୍ଲୀ: ୧୩ ଶହ କୋଟି ବର୍ଷ ପୂର୍ବ ସମୟର ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ ଫଟୋ ଜାରି କରିଛି ନାସା । ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ତରଫରୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପ ଦ୍ୱାରା ଗାଲେକ୍ସିର ପୂର୍ବରୁ ଦେଖାଯାଇ ନଥିବା ଏକ ଫଟୋ ସେୟାର କରାଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବ୍ରହ୍ମାଣ୍ଡର ଏହି ରଙ୍ଗୀନ ଫଟୋକୁ ଟ୍ୱିଟରରେ ସେୟାର କରିଛନ୍ତି । ଓଡ଼ିଶାର ପଠାଣିସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇ କହିଛନ୍ତି ଟେଲିସ୍କୋପ ମାଧ୍ୟମରେ ଆସିଥିବା ଏହି ଫଟୋ ମାଧ୍ୟମରେ ଆମେ ବିଶ୍ୱ ସୃଷ୍ଟିର ଗୁପ୍ତ ରହସ୍ୟକୁ ଜାଣି ପାରିବା । ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟକୁ ଉନ୍ମୋଚନ କରିବାରେ ଏହି ଟେଲିସ୍କୋପ ସହାୟ ହେବ ।
ବୈଜ୍ଞାନିକମାନେ ଯେଉଁଭଳି ବ୍ରହ୍ମାଣ୍ଡ ଚିତ୍ର ଅନୁମାନ କରିଥିଲେ ଠିକ ସେହିପରି ବ୍ରହ୍ମାଣ୍ଡର ଚିତ୍ର ଆସିଥିବା ଜଣା ପଡ଼ିଛି । ତେବେ ଗତବର୍ଷ ଡିସେମ୍ବର ମାସରେ ଜେମ୍ସ ୱେବ ଟେଲିସ୍କୋପକୁ ଲଞ୍ଚ କରାଯାଇଥିଲା । ଏହି ପ୍ରୋଜେକ୍ଟରେ ୟୁରୋପିଆନ ସ୍ପେସ ଏଜେନ୍ସି ଏବଂ କାନାଡ଼ା ସ୍ପେସ ଏଜେନ୍ସିର ସହଯୋଗ ରହିଥିଲା । ଟେଲିସ୍କୋପ ଦ୍ୱାରା ନିଆ ଯାଇଥିବା ଗାଲାକ୍ସିର ଏହି ରଙ୍ଗୀନ ଫଟୋକୁ ଦେଖିବା ପରେ ସ୍ପେସକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି । ଆମେରିକା ରାଷ୍ଟ୍ରପତି ଟ୍ୱିଟରରେ ଏହି ଫଟୋକୁ ସେୟାର କରିବା ସହ କହିଛନ୍ତି ଟେଲିସ୍କୋପ ଦ୍ୱାରା ସେୟାର ହୋଇଥିବା ଏହି ଫଟୋ ସ୍ୱତନ୍ତ୍ର ହେବା ସହ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପାଇଁ ଏହା ଏକ ଐତିହାସିକ କ୍ଷଣ । ସେହିପରି ଆମେରିକା ସହିତ ସମଗ୍ର ମାନବ ସମାଜ ପାଇଁ ଏହା ଏକ ଖୁସିର ଦିନ ।
ଶୁକ୍ରବାର ନାସା ପକ୍ଷରୁ ଜେମ୍ସ ୱେବଙ୍କ ପ୍ରଥମ ୫ ବ୍ରହ୍ମାଣ୍ଡିୟ ଲକ୍ଷ ଗୁଡିକର ଖୁଲାସା କରାଯାଇଛି । ଯାହା ମଧ୍ୟରେ କେରୀୟା ନେବୁଲା, WASP- 96b, ଦକ୍ଷିଣୀ ରିଙ୍ଗ ନେବୁଲା, ଷ୍ଟିଫେନ କ୍ୱିଟେଣ୍ଟ ଓ SMACS- 0723 ଆଦି ସାମିଲ ରହିଛି । ଏହି ଲକ୍ଷ ଗୁଡିକର ଚୟନ ଏକ ଅନ୍ତରାଷ୍ଟ୍ରୀୟ ସମିତି ଦ୍ୱାରା କରାଯାଇଛି । ଯେଉଁଥିରେ ନାସା, ୟୁରୋପୀୟ ଅନ୍ତରୀକ୍ଷ ଏଜେନ୍ସି, କାନାଡିୟ ଅନ୍ତରୀକ୍ଷ ଏଜେନ୍ସି, ଅନ୍ତରୀକ୍ଷ ଟେଲିସ୍କୋପ ବିଜ୍ଞାନ ବାଳଟିମୋର ସଂସ୍ଥାନର ସଦସ୍ୟମାନେ ଅଛନ୍ତି । ଅନ୍ୟପକ୍ଷରେ ନାସା ବୈଜ୍ଞାନିକ ବିଲ ନେଲସନ କହିଛନ୍ତିକି, ” ଆମେ ୧୩ ଶହ କୋଟିରୁ ପୂର୍ବ ବର୍ଷ ଗୁଡିକୁ ଦେଖିଛୁ । ଛୋଟ ଛୋଟ କଣିକା ଗୁଡିକୁ ଯାହା ଦେଖିଛୁ ଯାହା ୧୩ ଶହ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଏହି କଣିକା ଗୁଡିକ ପ୍ରାୟ ପୂର୍ବ କଣିକା ଠାରୁ ୮୦୦ ମିଲିୟନ ବର୍ଷ ଛୋଟ ଦେଖାଦେଉଛି । ଏହା ଏମିତି ଏକ ଦୃଶ୍ୟ ଯାହା ହୁଏତ ପୂର୍ବରୁ କେବେ ଦେଖାଯାଇନଥିଲା ।”