ବିକିଦେଲେ ବିମାନଘାଟି : ୨୮ ବର୍ଷ ପରେ ଏତଲା

0

ନୂଆଦିଲ୍ଲୀ, ୦୧/୦୭ : ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟର ଏକ ବିମାନଘାଟିକୁ ଜାଲ କାଗଜପତ୍ର ଜରିଆରେ ବିକ୍ରି କରିଦିଆଯାଇଛି। ଦୀର୍ଘ ୨୮ ବର୍ଷ ପରେ ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ମା’ ଓ ପୁଅ ନାଁରେ ଏତଲା ରୁଜୁ ହୋଇଛି। ଘଟଣାଟି ପଞ୍ଜାବର। ଯେଉଁ ବିମାନଘାଟି କଥା କୁହାଯାଉଛି ତାହା ପଞ୍ଜାବର ଫତୁଆଲା ଗ୍ରାମରେ ରହିଛି। ୧୯୬୨, ୧୯୬୫ ଏବଂ ୧୯୭୧ ଯୁଦ୍ଧ ସମୟରେ ବି ବାୟୁସେନା ପାଇଁ ଏହା ଏକ ଗୁରୁତ୍ଵପୂର୍ଣ୍ଣ ବିମାନଘାଟି ରହିଥିଲା। ଫିରୋଜପୁରର ଉଷା ଅନସାଲ ଏବଂ ତାଙ୍କ ପୁଅ ନବୀନ ଚାନ୍ଦ ରାଜସ୍ଵ ଅଧିକାରୀଙ୍କୁ ହାତ କରି ବିମାନଘାଟିର ଜାଲ କାଗଜପତ୍ର ତିଆରି କରି ୧୯୯୭ରେ ତାହାକୁ ବିକ୍ରି କରିଦେଇଥିବା ବର୍ତ୍ତମାନ ଜଣାପଡ଼ିଛି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ରାଜ୍ୟ ଭିଜିଲାନ୍ସ ବିଭାଗର ମୁଖ୍ୟ ନିର୍ଦେଶକଙ୍କୁ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ। ଭିଜିଲାନ୍ସ ପକ୍ଷରୁ ଗତ ୨୦ ତାରିଖରେ କୋର୍ଟରେ ରିପୋର୍ଟ ଦାଖଲ କରାଯିବା ପରେ ଏତଲା ରୁଜୁ ହୋଇଛି।

SBI AD
Leave A Reply

Your email address will not be published.