ଆସନ୍ତାକାଲି ବିଶ୍ୱର ଉଚ୍ଚତମ ‘ଚେନାବ ବ୍ରିଜ୍’ କୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ, ୧୮/୪ : ଆସନ୍ତାକାଲି ଜାମୁ ଓ କାଶ୍ମୀରରେ ଉଦ୍‌ଘାଟିତ ହେବ ବିଶ୍ୱର ସର୍ବୋଚ୍ଚ ଉଚ୍ଚତମ ‘ଚେନାବ ବ୍ରିଜ୍’ । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଉଦ୍‌ଘାଟନ କରିବେ । ଆଇଫେଲ ଟାୱାରଠାରୁ ବି ଉଚ୍ଚାରେ ରହିଛି ଏହି ବ୍ରିଜ୍ । ୧.୩ କିଲୋମିଟ୍ ଲମ୍ବା ସେତୁ ଚେନାବ ନଦୀ ଉପରେ ୩୫୯ ମିଟର ଉଚ୍ଚରେ ନିର୍ମିତ ହୋଇଛି । ୟୁଏସ୍‌ବିଆରଏଲ୍ ପ୍ରକଳ୍ପ ଅଧିନରେ ଜାମ୍ମୁ କାଶ୍ମୀର ରିଆସି ଜିଲ୍ଲାରେ ଚେନାବ ରେଲ୍‌ୱେ ବ୍ରିଜ୍ ନିର୍ମାଣ କରାଯାଇଛି । ଏଥିପାଇଁ ୧୪୮୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୩୦ହଜାର ମେଟ୍ରିକ୍ ଟନ୍ ଇସ୍ପାତ ବ୍ୟବହାର କରାଯାଇଛି । ବ୍ରିଜ୍ ଖଣ୍ଡାପ୍ରତି ୨୬୦ କିମି ପର୍ଯ୍ୟନ୍ତ ପବନକୁ ସହ୍ୟ କରିପାରିବ । ତୁଷାରପାତ ସମୟରେ କାଶ୍ମୀର ଉପତ୍ୟାକା ଦେଶର ଅନ୍ୟାନ୍ୟ ସ୍ଥାନରୁ ବିଚ୍ଛିନ୍ନ ହୋଇଯାଇଥିଲା । ୨୦୦୩ ଭାରତ ସରକାର କାଶ୍ମୀର ଉପତ୍ୟାକାକୁ ଦେଶର ଅନ୍ୟାନ୍ୟ ଅଂଶ ସହିତ ସବୁ ପାଗ ଭିତ୍ତିରେ ସଂଯୋଗ କରିବା ପାଇଁ ଚେନାବ ବ୍ରିଜ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ପ୍ରାୟ ଦୁଇ ଦଶନ୍ଧି ପରେ ଚେନାବ ନଦୀ ଉପରେ ନିର୍ମିତ ଏହି ସେତୁ ପ୍ରସ୍ତୁତ ହୋଇଛି ।

Leave A Reply

Your email address will not be published.