ଭୁବନେଶ୍ୱର, ୧୫/୦୮ : ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ । ଭୁବନେଶ୍ବରରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ । ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସଜେଇ ହୋଇଛି ଭୁବନେଶ୍ବର ଗାନ୍ଧୀମାର୍ଗ। ଚଳିତ ବର୍ଷ ଆନ୍ଧ୍ର ଷ୍ଟେଟ ଆର୍ମଡ ପୋଲିସ ଭାଗ ନେଇଥିବା ବେଳେ ରାଜଧାନୀର ୨୪ ଟି ସ୍କୁଲର ଛାତ୍ରଛାତ୍ରୀ ମାନେ ବି ପରେଡ଼ରେ ଅଂଶ ଗ୍ରହଣ କରିଛନ୍ତି । ଚଳିତ ବର୍ଷ ୪ ଟି ପୋଲିସ ବ୍ୟାଣ୍ଡ ସହ ୪ ଟି ବିଭିନ୍ନ ସ୍କୁଲର ବ୍ୟାଣ୍ଡ ମଧ୍ୟ ଦେଖାଇବେ କମାଲ । ପୂରା କାର୍ଯ୍ୟକ୍ରମରେ ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ୨୧ ପ୍ଲାଟୁନ ପୋଲିସ ଫୋର୍ସ । ସେହିଭଳି ୨୧ ଜଣ ଇନ୍ସପେକ୍ଟର, ୮ ଏସିପି, ୫ ଅତିରିକ୍ତ ଡିସିପି ଓ ୫ ଡିସିପି ମୁତୟନ ହୋଇଛନ୍ତି। ଗାନ୍ଧିମାର୍ଗରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ପ୍ରତି ଛକରେ ସୁରକ୍ଷାକୁ କଡାକଡି କରାଯାଇଛି ।
