ଗାନ୍ଧୀ ମାର୍ଗରେ ହେବ ଚିତ୍ତାକର୍ଷକ ପରେଡ, ଭାଗ ନେବେ ୫୧ କଣ୍ଟିଜେଣ୍ଟ

ଭୁବନେଶ୍ବର, ୨୬/୦୧ : ଭୁବନେଶ୍ବର ଗାନ୍ଧୀ ମାର୍ଗରେ ପାଳିତ ହେବ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ । ରାଜ୍ୟପାଳ ହରିବାବୁ କମ୍ଭମପାଟି ପତାକା ଉତ୍ତୋଳନ କରିବେ । ଗାନ୍ଧୀ ମାର୍ଗରେ ଚିତ୍ତାକର୍ଷକ ପରେଡ ହେବ । ଭାଗ ନେବେ ୫୧ କଣ୍ଟିଜେଣ୍ଟ । ରାଜ୍ୟର ବିଭିନ୍ନ ୟନିଫର୍ମ ଟ୍ରୁପ୍ ସହ ସିଆରପିଏଫ, ଓଆଇଏସଏଫ, ହୋମଗାର୍ଡ, ସିଭିଲ ଡିଫେନ୍ସ ଭଳି ବିଭିନ୍ନ କଣ୍ଟିଜେଣ୍ଟ ପରେଡ କରିବେ । ଗାନ୍ଧୀ ମାର୍ଗରୁ ପ୍ରଦର୍ଶିତ ହେବ ରାଜ୍ୟର ସାଂସ୍କୃତି ଝଲକ । ୫ଟି ଲୋକ ନୃତ୍ୟ ଓ ଲୋକକଳା ଗ୍ରୁପ ଅଂଶ ଗ୍ରହଣ କରିବେ । ଚଳିତ ଥର ପରେଡର ନେତୃତ୍ୱ ନେଉଛନ୍ତି ଯୁବ IPS ଅଧିକାରୀ ରାକେଶ ସାହୁ । ଏଥର ଗଣତନ୍ତ୍ର ଦିବସରେ ବଡ଼ ଆକର୍ଷଣ ହେବ ଡେୟାର ଡେଭିଲ ସୋ । ଦୁଃସାହସିକ ବାଇକ ଷ୍ଟଣ୍ଡ ସାଙ୍ଗକୁ କୁନି କୁନି ପିଲାଙ୍କ ଦ୍ୱାରା ସ୍କେଟିଂ । ତା ସହ ଚିତ୍ତାକର୍ଷକ ହେବ ୧୪ଟି ପ୍ରଜ୍ଞାପନ ମେଢ଼ ।