ଭୁବନେଶ୍ୱର : ଓଡ଼଼ିଶାର ପ୍ରକ୍ଷାତ ଓଡ଼ିଶୀ ନୃତ୍ୟଶିଳ୍ପି ଗୁରୁକେଳୁଚରଣ ମହାପାତ୍ରଙ୍କ ପ୍ରତିଷ୍ଠିତ ଓଡ଼ିଶୀ ଗବେଷଣା କେନ୍ଦ୍ର, ଭୁବନେଶ୍ୱର ଆନୁକୁଲ୍ୟରେ ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ଉତ୍ସବ-୨୦୨୦, ଡିସେମ୍ବର ୩୦ ତାରିଖରେ ପରିବେଷଣ ହୋଇଯାଇଅଛି । ଏଥିରେ ଗୁରୁ ଶ୍ରୀମାନ ପ୍ରଶାନ୍ତ କୁଅଁର ନୃତ୍ୟ ସଂଯୋଜନା ଓ ପରିକଳ୍ପନା କରିଥିଲେ । ଏହି ଉତ୍ସବରେ ବହୁସଂଖ୍ୟାରେ ଓଡ଼ିଶୀ ନୃତ୍ୟଶିଳ୍ପି ଅଂଶଗ୍ରହଣ କରିଥିଲେ । ଏହି ନୃତ୍ୟଉତ୍ସବରେ ଅଭିପ୍ସା ସୋନାକ୍ଷୀ ପୁଥାଳ ଅଂଶଗ୍ରହଣ କରି ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିଲେ । ଅଭିପ୍ସା ସୋନାକ୍ଷୀ ଡ଼ଃ. ମନୋରଞ୍ଜନ ପୁଥାଳ ଓ କିର୍ତ୍ତିମୟୀ ଶତପଥୀଙ୍କ ଏକମାତ୍ର କନ୍ୟା ଏବଂ ସେ ନିଜ ସଂସ୍କୃତି ଓ ପରମ୍ପରା ପ୍ରତି ଆଗ୍ରହ ରଖି ଓଡ଼ିଶୀ ନୃତ୍ୟ ପ୍ରତି ଆକୃଷ୍ଟ ହୋଇଥିଲେ ।
