ପୁଣି ରାହୁଲ ଧରି ପାରନ୍ତି କଂଗ୍ରେସର ମଙ୍ଗ

ନୂଆଦିଲ୍ଲୀ, ୬/୯: ରାହୁଲ ଗାନ୍ଧୀଙ୍କୁ ଭାରତୀୟ ଜାତୀୟ କଂଗ୍ରେସ କମିଟି ଅଧ୍ୟକ୍ଷ କରିବାକୁ ଦାବି ହୋଇଛି। ଏନେଇ ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ଏକ ସଂକଳ୍ପ ମଧ୍ୟ ପାରିତ ହୋଇଛି। ବର୍ତ୍ତମାନ ଦଳର ଅଧ୍ୟକ୍ଷା ସୋନିଆ ଥିବା ବେଳେ ପୁଣିଥରେ ଦଳର ଡୋର ରାହୁଲଙ୍କ ହାତକୁ ଦେବାକୁ ଦଳର ଅନୁଗତମାନେ ଦାବି କରିଛନ୍ତି।

ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ଶ୍ରୀନିବାଶ ବିଭି ଟ୍ୱିଟ୍ କରି ଏହି ସୂଚନା ଦେବା ସହିତ ପାରିତ ହୋଇଥିବା ସଂକଳ୍ପର ଏକ ନକଲ କପିକୁ ମଧ୍ୟ ଟ୍ୱିଟରରେ ସେୟାର କରିଛନ୍ତି । ସେ ଯୁବ କଂଗ୍ରେସର ଜାତୀୟ ପରିଚାଳନା ବୈଠକରେ ଏହା ସର୍ବ ସମ୍ମତି କ୍ରମେ ପାରିତ କରାଯାଇଛି । ଏଥି ସହିତ ରାହୁଲ୍‌ ଗାନ୍ଧୀ AICCର ଅଧ୍ୟକ୍ଷ ଭାବେ ଭାରତୀୟ ଜାତୀୟ କଂଗ୍ରେସର ସମ୍ୱିଧାନ ଅନୁସାରେ ଦ୍ୱାୟିତ୍ୱ ନେବେ ବୋଲି ଏଥିରେ ନିଷ୍ପତ୍ତି ହୋଇଛି ।

ତେବେ ଦୁଇ ଦିନ ଧରି ଚାଲିଥିବା ଏହି ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ଯେଉଁଥିରେ ବେକାରୀ, ମୁଦ୍ରାସ୍ଫୀତି ବୃଦ୍ଧି, କୃଷକଙ୍କ ସମସ୍ୟା, ଜାତୀୟ ନିରାପତ୍ତା, ବିମୁଦ୍ରୀକରଣ ଭଳି ପ୍ରସଙ୍ଗଗୁଡିକ ବିଷୟରେ ଆଗମୀ ସ୍ଥିତିକୁ ନେଇ ତର୍ଜମା କରାଯାଇଥିଲା । ରାହୁଲ ଗାନ୍ଧୀଙ୍କୁ ସଭାପତି କରିବା ପ୍ରସ୍ତାବକୁ ପାସ କରି ଶ୍ରୀନିବାସ ବିୱି କହିଛନ୍ତି ଯେ ଆଗାମୀ ଦିନରେ ରାହୁଲଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ଦେଶର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାସ୍ତାକୁ ଯିବ ।