ନୂଆଦିଲ୍ଲୀ,୩ /୪ : ଦେଶରେ ୨୪ ଘଣ୍ଟା ମଧ୍ୟରେ ୮୧,୪୬୬ ନୂଆ ମାମଲା ଚିହ୍ନଟ ହୋଇଛି। ୬ ମାସରେ ଏହା ସର୍ବାଧିକ। ଗତବର୍ଷ ଅକ୍ଟୋବର ୨ରେ ଶେଷ ଥର ପାଇଁ ଦେଶରେ ସଂକ୍ରମଣ ମାମଲା ୮୧,୪୮୪ ଥିଲା। ଆଜିର ମାମଲା ସହ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧,୨୩, ୦୩,୧୩୧ରେ ପହଞ୍ଚିଛି। ଅନ୍ୟପକ୍ଷେ ମୃତ୍ୟୁସଂଖ୍ୟା ୧,୬୩,୩୯୬କୁ ବୃଦ୍ଧି ପାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୪୬୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଲଗାତାର ୨୩ ଦିନ ଧରି ସକ୍ରିୟ ମାମଲା ବଢ଼ୁଥିବାରୁ ଆଜି ଏହା ୬ ଲକ୍ଷ ଟପିଯାଇଛି। ମୋଟ୍ ସକ୍ରିୟ ମାମଲା ୬,୧୪,୬୯୬ରେ ପହଞ୍ଚିଛି।