ଛତିଶଗଡ଼ ଏନକାଉଣ୍ଟରରେ ୫ ଯବାନ୍ ଶହିଦ, ୨୧ ଯବାନ ନିଖୋଜ : ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ଛତିଶଗଡ଼, ୪/୪: ଛତିଶଗଡ଼ ସୁକମା ଜିଲ୍ଲା ସୀମାନ୍ତରେ ନକ୍ସଲ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ । ଏଥିରେ ୫ ଯବାନ ଶହିଦ୍ ହେବା ସହ ଏବେବି ଅନେକ ଆହତ ହୋଇଛନ୍ତି । ତେବେ ୨୧ ଯବାନଙ୍କ ଏଯାଏଁ ପତ୍ତା ମିଳୁନି । ଶନିବାର ୩ ଘଣ୍ଟା ଧରି ଚାଲିଥିଲା ଜୋରଦାର ଗୁଳିବିନିମୟ ।

ରାଜ୍ୟରେ ନକ୍ସଲ ବିରୋଧୀ ଅଭିଯାନର ପୋଲିସ ଉପ ମହାନୀରିକ୍ଷକ ଓ.ପି ପୋଲ୍ କହିଛନ୍ତି ଜଂଗଲରେ ସୁରକ୍ଷାବାହିନୀର ଯବାନମାନେ ସର୍ଚ୍ଚ ଅପରେସନରେ ବାହାରିଥିଲେ । ସେହି ସମୟରେ ନକ୍ସଲମାନେ ମୋଟର ଲଂଚର ଓ ଅତ୍ୟାଧୁନିକ ଅସ୍ତ୍ର ମାଧ୍ୟମରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିଲେ । ୧୦ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହା ପରେ ପାଖାପାଖି ୧୫୦୦ ଯବାନଙ୍କୁ ନକ୍ସଲ ଦମନ ବିରୋଧୀ ଅଭିଯାନରେ ସାମିଲ କରାଯାଇଛି, ଯେଉଁମାନେ କି ଜବାବୀ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସେପଟେ ୫ ଯବାନ୍ ଶହିଦ ହେବା ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟୁଇଟ କରି ମୋଦି କହିଛନ୍ତି, ତାଙ୍କାର ବଳିଦାନକୁ କେବେ ଭୁଲିହେବ ନାହିଁ । ଛତିଶଗଡ଼ରେ ମାଓବାଦୀଙ୍କ ସହ ଲଢ଼େଇ କରି ସହିଦ ହୋଇଥିବା ଯବାନଙ୍କ ପ୍ରତି ମୋର ସମବେଦନା ରହିଛି । ଗୁରୁତର ଯବାନମାନେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ, ତାହା ହିଁ ପ୍ରାର୍ଥନା କରୁଛି ବୋଲି ମୋଦି କହିଛନ୍ତି ।