ମୁମ୍ବାଇ : ଡ୍ରଗ୍ସ ଲିଙ୍କରେ ଗିରଫ ହୋଇ ରିୟା ଚକ୍ରବର୍ତ୍ତୀ ଗଲେ ଜେଲ୍। କୋର୍ଟ ରିୟାଙ୍କ ଜାମିନ ଆବେଦନ ଖାରଜ କରି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଏହା ପୂର୍ବରୁ ଏନସିବି ଡ୍ରଗ୍ସ ଲିଙ୍କରେ ରିୟାଙ୍କୁ ଗିରଫ କରିଥିଲା। ପରେ ତାଙ୍କର କରୋନା ପରୀକ୍ଷା ହୋଇଥିବା ବେଳେ ସେ ନେଗେଟିଭ୍ ଥିବା ଜଣାପଡ଼ିଥିଲା।
ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ସିବିଆଇ, ଏନସିବି ଓ ଇଡି ଛାନଭିନ ଜାରି ରଖିଛନ୍ତି। କିନ୍ତୁ ଡ୍ରଗ୍ସ ଲିଙ୍କରେ ୩ ଜଣଙ୍କୁ ଗିରଫ କରିସାରିଲାଣି ଏନସିବି। ପ୍ରଥମେ ରିୟାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଗିରଫ କରିଥିଲା ଏନସିବି।
ତେବେ ଆଜି ଏନସିବି ରିୟାଙ୍କୁ ଗିରଫ କରିଥିବା ବେଳେ ରିମାଣ୍ଡରେ ନେବାକୁ ମନାକରିଛି। କିନ୍ତୁ ରିୟାଙ୍କୁ ଜାମିନ ମିଳିବ ନା ଜେଲ୍ ଯିବେ ସେନେଇ ଅପେକ୍ଷା ଥିଲା। ପରେ କୋର୍ଟଙ୍କ ନିର୍ଦେଶ କ୍ରମେ ରିୟାଙ୍କୁ ବିଚାର ବିଭାଗୀୟ ଜେଲ୍କୁ ପଠାଯାଇଛି।