ଭୁବନେଶ୍ୱର : ସମସ୍ତ ଯୁବକ ଏବଂ ଯୁବତୀମାନଙ୍କ ପାଇଁ ଏନସିଏସସିଡ଼ିଏ, ଭୁବନେଶ୍ୱର ପକ୍ଷରୁ ଏନସିଏସସିଡ଼ିଏ କ୍ୟାମ୍ପସ ପରିସରରେ ଆସନ୍ତା ୨୨ତାରିଖରେ ଉଭୟ ଭିନ୍ନକ୍ଷମ ଏବଂ ସାଧାରଣ ବର୍ଗ ଚାକିରି ଆଶାୟୀ ମାନଙ୍କ ପାଇଁ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଛି । ଏଥିରେ କେବଳ ଚଳନଶକ୍ତି ବାଧିତ ଆଂଶିକ ଭିନ୍ନକ୍ଷମ ମାନେ ଭାଗ ନେଇ ପାରିବେ ।
ଏହି ନିଯୁକ୍ତି ମେଳାରେ ବିଭିନ୍ନ କ୍ଷେତ୍ରରେ ଡିପ୍ଲୋମା ଇଞ୍ଜିନିୟର, ବିଜନେଓ ଡେଭେଲପମେଣ୍ଟ ମ୍ୟାନେଜର, ସେଲ୍ସ ଏକଜିକ୍ୟୁଟିଭ୍ ଆଦି ପ୍ରାୟ ୩ହଜାରରୁ ଅଧିକ ପଦବୀ ନିଯୁକ୍ତି ପାଇଁ ବିଭିନ୍ନ କମ୍ପାନୀ / ସଂସ୍ଥା ଅଂଶଗ୍ରହଣ କରୁଛନ୍ତି । ଅଷ୍ଟମ ଶିକ୍ଷାଗତ ପାସ, ଦଶମ ପାସ ଏବଂ ଦଶମଠାରୁ ଅଧିକ ଶିକ୍ଷାଗତ ଥିବା ପ୍ରାର୍ଥୀମାନେ ଭାଗ ନେଇ ପାରିବେ ।
ତେଣୁ ସମସ୍ତ ଚାକିରି ଆଶାୟୀ ପାର୍ଥୀ ନିଜର ଶିକ୍ଷାଗତ ପ୍ରମାଣପତ୍ରର ନକଲ, ଆଧାର କାର୍ଡ, ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍, ଭିନ୍ନକ୍ଷମ ପ୍ରମାଣପତ୍ର(ଯେଉଁ ମାନେ ଭିନ୍ନକ୍ଷମ) ଏବଂ ବାୟୋ ଡାଟା ଆଦି ଡକ୍ୟୁମେଣ୍ଟ୍ ସହିତ ଚାକିରି ମେଳାରେ ଯୋଗଦେବାକୁ ଅନୁରୋଧ କରାଯାଇଛି ।
