ଉପରାଷ୍ଟ୍ରପତି ନିର୍ବାଚନ : ବିଜେଡିର ସହଯୋଗ ଲୋଡ଼ିଲା ଏନଡିଏ

ନୂଆଦିଲ୍ଲୀ,୧୮/୦୮: ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ସହଯୋଗ ଲୋଡିଲା ଏନଡିଏ । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି । ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ସି.ପି ରାଧାକ୍ରିଷ୍ଣଙ୍କୁ ସମର୍ଥନ କରିବାକୁ ସେ ସହଯୋଗ ଲୋଡିଛନ୍ତି । କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ରାଖି ରାଜନୀତି କରୁଥିବା ବିଜେଡି, ଉପରାଷ୍ଟ୍ରପତି ନିର୍ବାଚନରେ କେଉଁ ପଟକୁ ଢଳିବ ସେନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଯଦିବା ସି.ପି ରାଧାକ୍ରିଷ୍ଣଙ୍କୁ ଜିତିବାରେ କୌଣସି ଅସୁବିଧା ନାହିଁ ତଥାପି ଏନଡିଏ ବିଭିନ୍ନ ଆଞ୍ଚଳିକ ଦଳର ସମର୍ଥନ ଲୋଡୁଛି । ଏହି କ୍ରମରେ ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିଜେଡି ସୁପ୍ରିମୋଙ୍କୁ ଟେଲିଫୋନ୍ କରି ସମର୍ଥନ ମାଗିଛନ୍ତି । ତେବେ ବିଜେଡିର ଷ୍ଟାଣ୍ଡ କ’ଣ ରହିବ ତାକୁ ଦେଖିବାକୁ ବାକି ରହିଲା । ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ ନା ଇଣ୍ଡିଆ ମେଣ୍ଟ ପ୍ରାର୍ଥୀଙ୍କୁ ସମର୍ଥନ ଦେବ, ନା ପୂରା ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରହିବ ତା’ ଉପରେ ସବୁ ଦଳ ନଜର ରଖିଛନ୍ତି । କାରଣ ବିଜେଡିର ଷ୍ଟାଣ୍ଡ୍ ହିଁ ସ୍ଥିର କରିବ ଓଡ଼ିଶା ରାଜନୀତିରେ କେଉଁ ଦଳ କାହା ପଟରେ ରହିଛି ।

SBI_Festive_Digital Billboard