ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାରେ ପହଁଞ୍ଚିଲେ ଏନଡିଆରଏଫ ଓ ଓଡ୍ରାଫ୍‍ ଟିମ୍‍

ଭୁବନେଶ୍ୱର, ୨୬/୮ : ରାଜ୍ୟରେ ଜାରି ରହିଥିବା ଲଗାଣ ଲଘୁଚାପ ବର୍ଷା କାରଣରୁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସମଗ୍ର ରାଜ୍ୟରେ ବର୍ଷା ହେବା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପରିଲକ୍ଷିତ ହୋଇଛି। ତେବେ ସରକାର ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି। ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡା ଜିଲ୍ଲାରେ ୧ ଗୋଟି ଲେଖାଏଁ ଓଡ୍ରାଫ୍‍ ଟିମ୍‍ ଏବଂ ବାଲେଶ୍ୱର ଜିଲ୍ଲାରେ ୨ଟି ଏନ୍‍.ଡି.ଆର.ଏଫ୍‍, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ୧ଟି ଲେଖାଏଁ ଏନ୍‍.ଡି.ଆର.ଏଫ୍‍. ଟିମ୍‍ ଉଦ୍ଧାର କାର୍ଯ୍ୟ ପାଇଁ ମୁତୟନ କରାଯାଇଛି। ଏଥିସହିତ ଅଗ୍ନିଶମ ବାହିନୀ ମଧ୍ୟ ସଜାଗ ରହିଛନ୍ତି।