ଏରସମା ରାମତରା ନିକଟରେ କୂଳ ଲଂଘି ଗାଁ ଭିତରକୁ ପଶିଛି ସମୁଦ୍ର ପାଣି

ଭୁବନେଶ୍ୱର, ୧୦/୦୯ : ଅଶାନ୍ତ ହୋଇ ଜନବସତି ଆଡକୁ ମାଡ଼ି ଆସିଲା ସମୁଦ୍ର । ଚାଷ ଜମିରେ ମାଡ଼ିଗଲା ଲୁଣି ପାଣି । ହୁ ହୁ ଗର୍ଜନ କରି ମାଡ଼ି ଆସୁଛି ପାଣି ଆଉ ଲୋକେ ଏହାକୁ ଦେଖି ଭୟଭୀତ ହୋଇଗଲେଣି । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ରାମତରା ନିକଟରେ କୁଳ ଲଙ୍ଗିଲା ସମୁଦ୍ର । କୂଳ ଲଂଘି ଗାଁ ଭିତରକୁ ପଶିଛି ସମୁଦ୍ର ପାଣି । ଭୟଭୀତ ଅଛନ୍ତି ଲୋକେ । ପ୍ରତି ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ସମୁଦ୍ରରେ ଜୁଆର ଆସିଥାଏ । ଲଗାତାର ସମୁଦ୍ର କୂଳ ଲଙ୍ଗି ଗାଁ ଭିତରେ ପଶିବାର ଲାଗିଛି ସମୁଦ୍ର ପାଣି । ଗତ କିଛି ଦିନ ଭିତରେ ସମୁଦ୍ର ଗର୍ଭରେ ଶିଆଳି ଭିୟୁ ଟାୱାର ଲୀନ ହୋଇ ଯାଇଥିବା ବେଳେ ଏଵେ ଗାଁ ଭିତରେ ପାଣି ପଶିବା ଏକ ପ୍ରକାର ଲୋକଙ୍କ ଭିତରେ ଚିନ୍ତା ବଢ଼ାଇଛି ଲ ରାମତରା ନିକଟରେ ସମୁଦ୍ର କୂଳ ଲଙ୍ଘି ଗାଁ ଭିତରେ ପଶିଛି ପାଣି ଯାହା ଫଳରେ ରାମତରା, ପଦ୍ମପୁର, ଗଡ଼ ହରିଶପୁର ସରବନ୍ତ, କଳା ବେଦୀ ପରି ଅନେକ ଗାଁ ଏଵେ ସମୁଦ୍ର ଗର୍ଭ ରେ ଲୀନ ହେବାକୁ ବସିଲାଣି,ସରକାର ଯଦି ଏହା ଉପରେ ଧ୍ୟାନ ନଦେବେ ତାହେଲେ ଆଉ ଅଳ୍ପ ଦିନ ଭିତରେ ଏହି ଗାଁ ସବୁ ଇତିହାସ ପାଲଟି ଯିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି ।