ଭୁବନେଶ୍ୱର,୧୬/୧୦ : ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ୱେବସାଇଟ୍ ww.ntaneet.nic.in/nta.ac.inକୁ ଯାଇ ଫଳ ଦେଖିପାରିବେ ବୋଲି ଏନ୍ଟିଏ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ଏମବିବିଏସ ଏବଂ ବିଡିଏସ୍ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ସେପ୍ଟେମ୍ବର ୧୩ରେ ନିଟ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ପାଇଁ ୧୫.୯୭ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ଅକ୍ଟୋବର ୧୪ରେ ଏନ୍ଟିଏ ସ୍ୱତନ୍ତ୍ର ନିଟ୍ ପରୀକ୍ଷା କରିଥିଲା ଏବଂ ୧୬ ତାରିଖରେ ଫଳ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଥିଲା। ଚଳିତ ବର୍ଷ ଓଡ଼ିଶାରୁ ୩୭,୧୯୮ ଛାତ୍ରଛାତ୍ରୀ ନିଟ୍ ପାଇଁ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୩୨,୮୩୩ଜଣ ପରୀକ୍ଷା ଦେଇଥିଲେ। ଅବଶିଷ୍ଟ ୪୩୬୫ ଛାତ୍ରଛାତ୍ରୀ କେନ୍ଦ୍ରରେ ଅନୁପସ୍ଥିତ ଥିଲେ।