ମିଳିତ ଜାତିସଂଘରେ ଭାରତକୁ ସମର୍ଥନ କଲେ ନେପାଳ ପ୍ରଧାନମନ୍ତ୍ରୀ କେପି ଓଲି, କହିଲେ ଆତଙ୍କବାଦ କେବଳ ନୀରିହ ଜନତାଙ୍କୁ କଷ୍ଟ ଦେଉଛି

ନୂଆଦିଲ୍ଲୀ, ୨୬/୯ : ମିଳିତ ଜାତିସଂଘର ସାଧାରଣ ସଭା (ୟୁଏନଜିଏ) ଅଭିଭାଷଣରେ ଆତଙ୍କବାଦ ଉପରେ ବିସ୍ତୃତ ସମ୍ମିଳନୀ ପାଇଁ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଭାରତକୁ ସମର୍ଥନ କରିଛନ୍ତି। ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଶୁକ୍ରବାର ମିଳିତ ଜାତିସଂଘର ଏକ ଉଚ୍ଚ ସ୍ତରୀୟ ବୈଠକରେ ଅନ୍ତର୍ଜାତୀୟ ଆତଙ୍କବାଦ ପ୍ରସଙ୍ଗରେ ବ୍ୟାପକ ସହମତି ପ୍ରଦାନ କରିଛନ୍ତି । ଭାରତର ନୀତିକୁ ନେପାଳ ସ୍ୱୀକାର କରିଛି ।

ଭିଡ଼ିଓ ବାର୍ତ୍ତା ଜରିଆରେ ହୋଇଥିବା ବୈଠକକୁ ସମ୍ବୋଧିତ କରି ଓଲି କହିଛନ୍ତି ନେପାଳ ଆତଙ୍କବାଦର ସମସ୍ତ ରୂପକୁ କଡ଼ା ଆଲୋଚନା କରିବାକୁ ପ୍ରସ୍ତୁତ ଅଛି ଏବଂ ଆତଙ୍କବାଦ ପ୍ରସଙ୍ଗରେ ଏକ ବ୍ୟାପକ ସହମତି ଚାହୁଁଛି । ଓଲି କହିଛନ୍ତି ଯେ, ଆତଙ୍କବାଦ ପ୍ରକୃତି କେବଳ ନୀରିହ ଜନତାଙ୍କୁ କଷ୍ଟ ଦେଉଛି । ତେଣୁ ଏହାର କଡ଼ା ଆଲୋଚନା ହେବା ଦରକାର ।

ପୂର୍ବରୁ ଦେଇଥିବା ଭାଷଣଗୁଡ଼ିକରେ ନେପାଳୀ ପ୍ରଧାନମନ୍ତ୍ରୀ ଭାରତ, ଚୀନ ଅଥବା ଅନ୍ୟ ଆଂଚଳିକ ପ୍ରସଙ୍ଗରେ କହିନଥିଲେ । କିନ୍ତୁ ସେ କହିଥିଲେ କାଠମାଣ୍ଡୁ ନିଜର ସମସ୍ତ ପଡୋଶୀଙ୍କ ସହ ଶାନ୍ତିପୂର୍ଣ୍ଣ ସଂପର୍କ ରଖିବ । ସେ କହିଛନ୍ତି, ଗୁଟନିରପେକ୍ଷ, ଶାନ୍ତିପୂର୍ଣ୍ଣ ସହ-ଅସ୍ଥିତ୍ୱର ୫ ସିଦ୍ଧାନ୍ତ, ଅନ୍ତର୍ଜାତୀୟ ଆଇନ ଓ ବିଶ୍ୱ ଶାନ୍ତି ମାର୍ଗଦର୍ଶକର ବିଦେଶ ନୀତିର ମାନଦଣ୍ଡ । ଏହା ନେପାଳର ବିଦେଶ ନୀତିର ମୂଳମନ୍ତ୍ର । ଆମେ ସମସ୍ତଙ୍କ ସହିତ ଏକତା ସୂତ୍ରରେ ବାନ୍ଧିହେବାକୁ ବିଶ୍ୱାସ କରୁଛୁ ।