ଗ୍ରୀଷ୍ମ ଋତୁରେ ଆମ୍ବ ପ୍ରଚୁର ପରିମାଣରେ ମିଳେ। ପିଲାଠୁ ବଡ ସମସ୍ତେ ଏହାକୁ ପସନ୍ଦ କରନ୍ତି। ସ୍ୱାଦିଷ୍ଟ ହେବା ସହ ଏହା ପୁଷ୍ଟିକରରେ ମଧ୍ୟ ପରିପୂର୍ଣ୍ଣ । ଆମ୍ବରେ ଫାଇବର, ପ୍ରୋଟିନ୍, ଭିଟାମିନ୍ ସି, ଭିଟାମିନ୍ ଏ, ପୋଟାସିୟମ୍, ଭିଟାମିନ୍ B6 ମିଳିଥାଏ। କିନ୍ତୁ ଆପଣ ଜାଣନ୍ତି କି ଆମ୍ବ ଖାଇବା ପରେ କିଛି ଜିନିଷ କେବେବି ଖାଇବା ଉଚିତ୍ ନୁହେଁ, ନଚେତ୍ ଶାରୀରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ତେବେ ଚାଲନ୍ତୁ ଜାଣିବା ଆମ୍ବ ଖାଇବା ପରେ କେଉଁ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ୍।
ପାଣି : କେବଳ ଆମ୍ବ ନୁହେଁ କୌଣସି ଫଳ ଖାଇବା ପରେ ତୁରନ୍ତ ପାଣି ପିଇବା ଠାରୁ ଦୂରେଇ ରୁହନ୍ତୁ। ଫଳ ହଜମ ହେବାକୁ ଅଧିକ ସମୟ ଲାଗେ। ତେଣୁ ଆମ୍ବ ଖାଇ ପାଣି ପିଇବା ଦ୍ୱାରା ପେଟରେ ଗ୍ୟାସ୍, ଛାତିରେ ଯନ୍ତ୍ରଣା ସମସ୍ୟା ହୋଇପାରେ।
ଦହି : ଆମ୍ବ ଖାଇବା ପରେ ତୁରନ୍ତ ଦହି ଖାଇବା ଉଚିତ୍ ନୁହେଁ। କାରଣ, ଦହି ଏବଂ ଆମ୍ବ ଏକତ୍ର ପେଟରେ ଅଧିକ କାର୍ବନ ଡାଇଅକ୍ସାଇଡ୍ ସୃଷ୍ଟି କରେ, ଯେଉଁ କାରଣରୁ ଆପଣଙ୍କ ପେଟ ସମସ୍ୟା ଆହୁରି ବଢିପାରେ।
କୋଲ୍ଡ ଡ୍ରିଙ୍କ୍ସ : ଯଦି ଆପଣ ଆମ୍ବ ଖାଇବା ପରେ ତୁରନ୍ତ ଥଣ୍ଡା ପାନୀୟ ପିଅନ୍ତି, ତେବେ ସାବଧାନ ରୁହନ୍ତୁ। ଆମ୍ବ ଏବଂ କୋଲ୍ଡ ଡ୍ରିଙ୍କ୍ସ ମିଶି ପେଟରେ କ୍ଷତିକାରକ ପ୍ରତିକ୍ରିୟା ସୃଷ୍ଟି କରିପାରେ। ଉଭୟ ଆମ୍ବ ଏବଂ ଥଣ୍ଡା ପାନୀୟରେ ସୁଗାର ଥାଏ, ଯାହା ହଠାତ୍ ଶରୀରରେ ଥିବା ରକ୍ତ ଶର୍କରାକୁ ବଢାଇପାରେ।
ମସଲାଯୁକ୍ତ ଖାଦ୍ୟ : କିଛି ଲୋକ ରାତ୍ରୀ ଭୋଜନ ସହିତ ଆମ୍ବ ଖାଇବାକୁ ପସନ୍ଦ କରନ୍ତି। ଏହା କରିବା ଦ୍ୱାରା ଆପଣଙ୍କ ଛାତିରେ ପୋଡା ଏବଂ ପେଟ ବ୍ୟଥା ହୋଇପାରେ।
