ଅଣ୍ଡା ଖାଇବା ଆମ ଶରୀର ପାଇଁ ହିତକାରକ ହୋଇଥାଏ । ଅଣ୍ଡାରେ ବହୁତ ପରିମାଣର ପ୍ରୋଟିନ ରହିଛି । ଯଦି ଆପଣ ଉତ୍ତମ ସ୍ବାସ୍ଥ୍ୟ ଚାହୁଁଛନ୍ତି ତେବେ ଆପଣଙ୍କୁ ନିଶ୍ଚୟ ଅଣ୍ଡା ଖାଇବା ପାଇଁ ପଡିବ । ସିଝା ଯାଇଥିବା ଅଣ୍ଡା ଖାଇବା ଦ୍ବାରା ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ। ଏଥିରେ ଥିବା ତତ୍ତ୍ବ ଆପଣଙ୍କ ଶରୀର ଲାଗି ଅଧିକ ଫଳପ୍ରଦ ହୋଇଥାଏ ।
ଅଣ୍ଡା ଖାଇବା କାହିଁକି ଜରୁରୀ ହୋଇଥାଏ ଏହା ତ ସମସ୍ତଙ୍କୁ ଜଣା ଅଛି । ହେଲେ ଯେପରି କ୍ଷୀର ସହ ମାଛ ଖାଇବା ଅନୁଚିତ୍ ହୋଇଥାଏ ସେହିପରି ଅଣ୍ଡା ସହ ମଧ୍ୟ କିଛି ଜିନିଷ ଖାଇବା ଅନୁଚିତ । ଏଭଳି ଖାଇବା ଦ୍ବାରା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଯେମିତି ଅଣ୍ଡା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ସେମିତି ଅଣ୍ଡା ସହ ଏସବୁ ଜିନିଷ ମିଶାଇ ଖାଇଲେ ତାହା ଶରୀର ପାଇଁ କ୍ଷତିକାରର ମଧ୍ୟ ହୋଇପାରେ । ଆସନ୍ତୁ ଜାଣିବା ଅଣ୍ଡା ସହ କେଉଁ କେଉଁ ଜିନିଷ ମିଶାଇ ଖାଇବା ଉଚିତ୍ ନୁହେଁ ।

ମାଛ ଓ ମାଂସ ଖାଆନ୍ତୁ ନାହିଁ : ଅଣ୍ଡା ଖାଇବା ସହ କିମ୍ବା ଅଣ୍ଡା ଖାଇବାର କିଛି ସମୟ ପରେ ମାଂସ ଏବଂ ମାଛ କେବେହେଲେ ଖାଆନ୍ତୁନାହିଁ । ଏଭଳି ଖାଇବା ଦ୍ବାରା ଆପଣଙ୍କ ଶରୀର ଏବଂ ତ୍ବଚା ଖରାପ ହୋଇପାରେ । ଏହାଦ୍ବାରା ଆପଣଙ୍କ ଦେହର ବିଭିନ୍ନ ସ୍ତାନରେ ଲାଲ୍ ଲାଲ୍ ହୋଇ ଫଳିଯାଇପାରେ ଏବଂ ଆପଣଙ୍କ ଶରୀର ଖରାପ ହୋଇପାରେ ।

ଲେମ୍ବୁ ଖାଆନ୍ତୁ ନାହିଁ : ସିଝା ଅଣ୍ଡା ଖାଇବା ସହ କୌଣସି ପ୍ରକାରରେ ଲେମ୍ବୁ ଖାଆନ୍ତୁ ନାହିଁ । ଯଦି ଆପଣ ଏଭଳି ଅଭ୍ୟାସ ରଖିଥାନ୍ତି ତେବେ ତାହାକୁ ଖୁବ୍ ଶୀଘ୍ର ବଦଳାଇଦିଅନ୍ତୁ । କାହିଁକି ନା ଆପଣଙ୍କର ଏଭଳି ଅଭ୍ୟାସ ଆପଣଙ୍କୁ ମୃତ୍ୟୁ ମୁଖକୁ ଟାଣିନେଇପାରେ। ଏମିତି କରିବା ଦ୍ବାରା ଆପଣଙ୍କୁ ହୃଦଘାତ ହେବାର ଆଶଙ୍କା ବଢିଯାଇଥାଏ । ଏଥିପାଇଁ ଆପଣ କେବେହେଲେ ସିଝା ଅଣ୍ଡା ସହ ଲେମ୍ବୁ ଖାଆନ୍ତୁ ନାହିଁ ।