ରାଜ୍ୟରେ ଆଜି ୧୫୦୩ କରୋନା ସଂକ୍ରମିତ ଚିହ୍ନଟ‌, ୫୦୧ ସ୍ଥାନୀୟ ସଂକ୍ରମିତ

ଭୁବନେଶ୍ଵର: ରାଜ୍ୟରେ ୧୫୦୩ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୦୦୨ ପଜିଟିଭ୍‌ କ୍ବାରେଣ୍ଟାଇନ ସେଣ୍ଟରରୁ ବାହାରିଥିବାବେଳେ ୫୦୧ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୪୯୧ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏହା ପଛକୁ ଖୋର୍ଦ୍ଧା ଜିଲାରୁ ୨୨୩ ଏବଂ କଟକ ଜିଲାରୁ ୧୩୬ ଜଣ ରହିଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୋମବାର ଏ ନେଇ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ହଜାର ୮୯୨ରେ ପହଞ୍ଚିଛି। ରାଜ୍ୟରେ ସ୍ଥାନୀୟ ସଂକ୍ରମଣ ପ୍ରତିଦିନ ବୃଦ୍ଧି ପାଉଥିବାରୁ ଏହା ଚିନ୍ତାର ବିଷୟ ପାଲଟିଛି।