କରୋନା ଭାଇରସ : ଦେଶରେ ଦୈନିକ ସଂକ୍ରମଣରେ ବଡ଼ଧରଣର ହ୍ରାସ, ଆଜି ଚିହ୍ନଟ ହେଲେ ୧୮ ହଜାର ୭୩୨ ନୂଆ ରୋଗୀ

ନୂଆଦିଲ୍ଲୀ, ୨୭/୧୨ : ଭାରତରେ ଆଜି ଦୈନିକ ସଂକ୍ରମଣ ସଂଖ୍ୟାରେ ବଡ଼ଧରଣର ହ୍ରାସ ଘଟିଛି । ଦେଶରେ ଗତ ୨୪ ଘଣ୍ଟାରେ ୧୮ ହଜାର ୭୩୨ ନୂଆ ସଂକ୍ରମଣ ସହ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୮୭ ହଜାର ୮୫୦ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୨୭୯ ଜଣ କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୭ ହଜାର ୬୨୨କୁ ବୃଦ୍ଧି ପାଇଛି। ଦେଶରେ ଏବେ ୨ ଲକ୍ଷ ୭୮ ହଜାର ୬୯୦​‌ ଜଣ ସକ୍ରିୟ ରୋଗୀ ଥିବାବେଳେ ୯୭ ଲକ୍ଷ ୬୧ ହଜାର ୫୩୮ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।