ରାଜ୍ୟରେ ଆଜି ୨୨୬୭ ଜଣ କରୋନା ସଂକ୍ରମିତ ଚିହ୍ନଟ : ୩ ମୃତ

ଭୁବନେଶ୍ୱର,୧୪ /୪: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୨୨୬୭ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୫ ହଜାର ୩୫୩କୁ ବୃଦ୍ଧିପାଇଛି। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୪୧ ହଜାର ୧୨୩ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୨୪୪ ରହିଛି। ଏଥିସହିତ କୋଭିଡ ସଂକ୍ରମିତଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ଯାଜପୁର, ବଲାଙ୍ଗିର ଓ ଗଞ୍ଜାମରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଏହାଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୯୩୩କୁ ବୃଦ୍ଧିପାଇଛି।

ସଂକ୍ରମିତଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୧୩୧୪ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମିତ ୯୫୩ ଜଣ ଅଛନ୍ତି। ସୁନ୍ଦରଗଡରୁ ସର୍ବାଧିକ ୪୫୮ ଜଣ ଏବଂ ଖୋର୍ଦ୍ଧାରୁ ଦ୍ୱିତୀୟ ସର୍ବାଧିକ ୩୪୮ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ବରଗଡରୁ ୧୨୦, ସମ୍ବଲପୁର ୧୨୦, କଟକରୁ ୧୧୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଗତ ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁରରୁ ୧୦୪ ଜଣ, ନୂଆପଡା ୧୦୪, ବଲାଙ୍ଗିରରେ ୯୩ ଜଣଙ୍କୁ ଚିହ୍ନଟ କରାଯାଇଛି।

ଷ୍ଟେଟ ପୁଲରୁ ୮୧ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଗଞ୍ଜାମରୁ ୭୦, ପୁରୀ ୭୦, ବାଲେଶ୍ୱର ୬୭, ମୟୁରଭଞ୍ଜ ୬୦, ଝାରସୁଗୁଡା ୫୫, କେନ୍ଦୁଝର ୫୫, ଯାଜପୁରରେ ୫୨ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୪୮, ଜଗତସିଂହପୁରରୁ ୩୫, କଳାହାଣ୍ଡି ୩୪, ଗଜପତି ୩୧, ଭଦ୍ରକ ୨୮, ରାୟଗଡା ୨୭, ନୟାଗଡ ୧୯, ସୁବର୍ଣ୍ଣପୁର ୧୬, ଦେବଗଡ ୧୨, କନ୍ଧମାଳ ୧୨, କେନ୍ଦ୍ରାପଡାରେ ୧୨ ଜଣ ଚିହ୍ନଟ ହୋଇଛନ୍ତି। କୋରାପୁଟ ଜିଲାରୁ ୧୨, ଢେଙ୍କନାଳ ୫, ମାଲକାନଗିରିରେ ୨ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।