ନୂଆଦିଲ୍ଲୀ, ୧୮/୧୨ : ଦେଶରେ କରୋନା ଭାଇରସର ଦୈନିକ ସଂକ୍ରମଣ ସଂଖ୍ୟାରେ ହ୍ରାସ ହେବା ଜାରି ରହିଛି । ଗତ ୨୪ ଘଣ୍ଟାରେ ୨୨ ହଜାର ୮୮୯ ନୂଆ ସଂକ୍ରମଣ ସହ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୯୯ ଲକ୍ଷ ୭୯ ହଜାର ୪୪୭ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୩୩୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୪ ହଜାର ୭୮୯କୁ ବୃଦ୍ଧି ପାଇଛି। ଦେଶରେ ଏବେ ୩ ଲକ୍ଷ ୧୩ ହଜାର ୮୩୧ ଜଣ ସକ୍ରିୟ ରୋଗୀ ଥିବାବେଳେ ୯୫ ଲକ୍ଷ ୨୦ ହଜାର ୮୨୭ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।