ନୂଆଦିଲ୍ଲୀ, ୧୯/୧୨ : ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଏକ କୋଟି ପାର କରିଛି । ଗତ ୨୪ ଘଣ୍ଟାରେ ୨୫ ହଜାର ୧୫୩ ନୂଆ ସଂକ୍ରମଣ ସହ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧ କୋଟି ୪ ହଜାର ୬୦୦ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୩୪୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୫ ହଜାର ୧୩୬କୁ ବୃଦ୍ଧି ପାଇଛି। ଦେଶରେ ଏବେ ୩ ଲକ୍ଷ ୮ ହଜାର ୭୫୧ ଜଣ ସକ୍ରିୟ ରୋଗୀ ଥିବାବେଳେ ୯୫ ଲକ୍ଷ ୫୦ ହଜାର ୭୧୨ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।