ଦେଶରେ ୨୪ ଘଣ୍ଟାରେ ୪୭ ହଜାର ୭୦୩ କରୋନା ପଜିଟିଭ୍‌ ଚିହ୍ନଟ, ୩୩ ହଜାର ଟପିଲା ମୋଟ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ, ୨୮/୭ : ଦେଶରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୪୭ ହଜାର ୭୦୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪ ଲକ୍ଷ ଟପିଛି। ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ଲକ୍ଷ ୮୩ ହଜାର ୧୫୬ ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୬୫୪ ଜଣଙ୍କ ପ୍ରାଣ ହରାଇଛନ୍ତି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୩୩ ହଜାର ୪୨୫ କୁ ବୃଦ୍ଧି ପାଇଛି। ଦେଶରେ ଏବେ ୪ଲକ୍ଷ ୯୬ ହଜାର ୯୯୮ ଜଣ ସକ୍ରିୟ ରୋଗୀ ଥିବାବେଳେ ୯ ଲକ୍ଷ ୫୨ ହଜାର ୭୪୩ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।