ଦେଶରେ ଆଜି ୬୪ ହଜାର ୫୩୧ ସଂକ୍ରମିତ ଚିହ୍ନଟ, ମୋଟ ଆକ୍ରାନ୍ତ ସଂଖ୍ୟା ୨୭ ଲକ୍ଷ ୬୭ ହଜାର ୨୭୪, ମୃତ୍ୟୁ ସଂଖ୍ୟା ୫୨,୮୮୯

ନୂଆଦିଲ୍ଲୀ, ୧୯/୮ : ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଜି ଦେଶର ୬୪ ହଜାର ୫୩୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଲକ୍ଷ ୬୭ ହଜାର ୨୭୪ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୧୦୯୨ ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୫୨ ହଜାର ୮୮୯କୁ ବୃଦ୍ଧି ପାଇଛି।

ଦେଶରେ ଏବେ ୬ ଲକ୍ଷ ୬୭ ହଜାର ୫୧୪ ସକ୍ରିୟ ରୋଗୀ ରହିଥିବାବେଳେ ୨୦ ଲକ୍ଷ ୩୭ ହଜାର ୮୭୧ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।