ଭୁବନେଶ୍ୱର,୨୬ /୪ : ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୬,୫୯୯ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୯୫୮ ଜଣ ସଂକ୍ରମିତ ଖୋର୍ଦ୍ଧା ଜିଲାରୁ ରହିଛନ୍ତି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୩,୮୨୭ ଏବଂ ସ୍ଥାନୀୟ ସଂକ୍ରମିତ ୨,୭୭୨ ଜଣ ରହିଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନଗୁଳରୁ ୧୮୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ବାଲେଶ୍ୱର ୧୩୭, ବରଗଡ ୨୦୩, ବଲାଙ୍ଗୀର ୯୮, ବଉଦରୁ ୭୦ ଜଣ ଚିହ୍ନଟ ହୋଇଛନ୍ତି। ତେବେ ସଂକ୍ରମଣରେ କଟକ ଚିନ୍ତା ବଢାଇବାରେ ଲାଗିଛି। ଏହି ଜିଲାରେ ନୂଆ ସଂକ୍ରମଣ ସଂଖ୍ୟା ଗତ କିଛିଦିନ ଧରି ୩୦୦ରୁ ଅଧିକ ରହୁଥିବାବେଳେ ଗତକାଲି ୫୦୦ ନିକଟବର୍ତ୍ତୀ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ କଟକରେ ୪୮୮ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ଦେବଗଡ ୩୮, ଢେଙ୍କାନାଳ ୨୦, ଗଜପତି ୮୧, ଗଞ୍ଜାମ ୩୨୩, ଜଗତସିଂହପୁର ୯୩, ଯାଜପୁର ୨୩୭, ଝାରସୁଗୁଡା ୪୩୬, କଳାହାଣ୍ଡିରୁ ୫୨୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ କନ୍ଧମାଳରୁ ୩୫, କେନ୍ଦ୍ରାପଡା ୩୮, କେନ୍ଦୁଝର ୧୬୬, କୋରାପୁଟ ୬୯, ମାଲକାନଗିରି ୨୨, ମୟୁରଭଞ୍ଜ ୧୮୦, ନବରଙ୍ଗପୁର ୨୨୧, ନୟାଗଡ ୯୧, ନୂଆପଡା ୫୫୧, ପୁରୀ ୧୪୫, ରାୟଗଡା ୧୧୭, ସମ୍ବଲପୁର ୨୨୬, ସୋନପୁର ୧୨୯, ସୁନ୍ଦରଗଡ ୪୩୪ ଏବଂ ଷ୍ଟେଟ ପୁଲରୁ ୨୦୧ ଜଣ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ମୋଟ ୯୯,୧୭,୮୯୪ ନମୁନା ପରୀକ୍ଷା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ମୋଟ ୪,୧୪,୦୫୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ୩,୬୨,୯୩୧ ଜଣ ସୁସ୍ଥ ହୋଇସାରିଛନ୍ତି। ଫଳରେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୯,୦୭୫ ରହିଛି।