ଦେଶରେ ଆଜି ୭୫ ହଜାର ୭୬୦ ସଂକ୍ରମିତ ଚିହ୍ନଟ, ମୋଟ ଆକ୍ରାନ୍ତ ସଂଖ୍ୟା ୩୩ ଲକ୍ଷ ୧୦ ହଜାର ୨୩୪, ମୃତ୍ୟୁ ସଂଖ୍ୟା ୬୦,୪୭୨

ନୂଆଦିଲ୍ଲୀ, ୨୭/୮ : ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଜି ଦେଶରେ ୭୫ ହଜାର ୭୬୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ୧୦ ହଜାର ୨୩୪ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୧୦୨୩ ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୬୦ ହଜାର ୪୭୨କୁ ବୃଦ୍ଧି ପାଇଛି।

ଦେଶରେ ଏବେ ୭ଲକ୍ଷ ୨୫ ହଜାର ୯୯୧ ସକ୍ରିୟ ରୋଗୀ ରହିଥିବାବେଳେ ୨୫ ଲକ୍ଷ ୨୩ ହଜାର ୭୭୧ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।