ଦେଶରେ ଆଜି ୮୬ ହଜାର ୮୨୧ କରୋନା ପଜିଟିଭ୍‌ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩ ଲକ୍ଷ ୧୨ ହଜାର ୫୮୪, ମୃତ୍ୟୁ ସଂଖ୍ୟା ୯୮ ହଜାର ୬୭୮

ନୂଆଦିଲ୍ଲୀ, ୧/୧୦ : ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୮୬ ହଜାର ୮୨୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩ ଲକ୍ଷ ୧୨ ହଜାର ୫୮୪ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୧୧୮୧ ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୯୮ ହଜାର ୬୭୮କୁ ବୃଦ୍ଧି ପାଇଛି। ଦେଶରେ ଏବେ ୯ ଲକ୍ଷ ୪୦ ହଜାର ୭୦୫ ଜଣ ସକ୍ରିୟ ରୋଗୀ ଥିବାବେଳେ ୫୨ ଲକ୍ଷ ୭୩ ହଜାର ୨୦୧ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।