ଆସନ୍ତାକାଲି ରାଜ୍ୟରେ ଲାଗୁ ହେବ ବର୍ଦ୍ଧିତ ବିଦ୍ୟୁତ ଦର

ଭୁବନେଶ୍ୱର,୩/୪ : ଉପୋଭକ୍ତା ଗଣିବେ ବର୍ଦ୍ଧିତ ବିଜୁଳି ଦର। ନୂଆ ଦର ଆସନ୍ତାକାଲିଠାରୁ ଲାଗୁହେବ । ଏପର୍ଯ୍ୟନ୍ତ ଓଇଆରସିକୁ ପୁନର୍ବିଚାର ଆବେଦନ ହୋଇନାହିଁ। ବିଧାନସଭାରେ ଶକ୍ତି ମନ୍ତ୍ରୀ ଏନେଇ ବିବୃତି ଦେଇଥିଲେ। ବିଜୁଳି ଦର ବୃଦ୍ଧିର ପୁନର୍ବିଚାର ପାଇଁ ଓଇଆରସିଙ୍କ ନିକଟରେ ଆବେଦନ କରିବେ ବୋଲି ଭରସା ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଶକ୍ତି ବିଭାଗ ପକ୍ଷରୁ କିଛି ପଦେକ୍ଷପ ନିଆଯାଇନାହିଁ । ଏପରିକି ବର୍ଦ୍ଧିତ ବିଜୁଳି ଦର ଲାଗୁ ହେବ କି ନାହିଁ ସେ ସମ୍ପର୍କରେ କେୌଣସି ଘୋଷଣା କରିନାହାନ୍ତି ସରକାର। ଉପୋଭକ୍ତା ସଂଘ କହିଛି ସରକାର ଓଇଆରସି ପାଖରେ ଆବେଦନ କରିପାରିବେ ନାହିଁ। ତେଣୁ ୪ ତାରିଖରେ ବର୍ଦ୍ଧିତ ବିଜୁଳି ଦର ଲୋକଙ୍କ ମୁଣ୍ଡ ଉପରେ ପଡ଼ିବ।

ଏପେଟ ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର ନେଇ ସରକାର କୌଣସି ପଦକ୍ଷେପ ନେଇ ନଥିବାରୁ ପୁଣି ସରାକରଙ୍କୁ ଆକ୍ଷେପ କରିଛନ୍ତି ବିରୋଧୀ । ଏପେଟ ବିଜେପି କହିଛି ଟାଟା ପାଓ୍ବାର ପାଖରେ ବନ୍ଧା ପଡିଛନ୍ତି ରାଜ୍ୟସରକାର। କମ୍ପାନୀକୁ ଲାଭ ଦେବାକୁ ବିଦ୍ୟୁତ ଦର ବୃଦ୍ଧି କରିଛନ୍ତି।

ବିଦ୍ୟୁତ ଦର ୟୁନିଟି ପିଛା ୩୦ ପଇସା ବର୍ଦ୍ଧିତ ବଢ଼ାଇଛନ୍ତି ଓଇଆରସି। ଏପେଟ ୬ ମାସ ପୂର୍ବରୁ ୨୦ ପଇସା ବଢ଼ାଇଥିଲେ। ଏବେ ୪ ତାରିଖକୁ ଅପେକ୍ଷା ବର୍ଦ୍ଧିତ ଦର ଲାଗୁ ହେବ ନା ତା ପୂର୍ବରୁ ସରକାର ଅନୁରୋଧ କରି ଦର ବୃଦ୍ଧି ଅଟକାଇବାରେ ସଫଳ ହେବେ।