ଆଜି ରାଜସ୍ଥାନରେ ଲୋକାର୍ପଣ ହେବ ବିଶ୍ବର ସର୍ବୋଚ୍ଚ ଶିବ ମୂର୍ତ୍ତି

ଜୟପୁର,୨୯/୧୦ : ରାଜସ୍ଥାନରେ ବିଶ୍ୱର ସର୍ବୋଚ୍ଚ ଶିବ ମୂର୍ତ୍ତି ଆଜି ଲୋକାର୍ପଣ ହେବ। ନାଥୱାର ସହରରେ ଭଗବାନ ଶିବଙ୍କ ୩୬୯ ଫୁଟର ବିଶାଳ ମୂର୍ତ୍ତି ନିର୍ମାଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏହାକୁ ଉଦଘାଟନ କରିବେ । ଉଦୟପୁରଠାରୁ ୪୫ କିଲୋମିଟର ଦୂରରେ ଅବସ୍ଥିତ ଏହି ପ୍ରତିମୂର୍ତ୍ତିକୁ ଟାଟ ପଦମ ସଂସ୍ଥାନ ନିର୍ମାଣ କରିଛି । ମହାଦେବଙ୍କ ବିଶ୍ୱ ସ୍ୱରୂପ ରୂପ ଲୋକାର୍ପଣ ଉତ୍ସବ ୨୯ରୁ ନଭେମ୍ବର ୬ ପର୍ଯ୍ଯନ୍ତ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ପ୍ରକାରର ଧାର୍ମିକ କାର୍ଯ୍ଯାନୁଷ୍ଠାନ ଆୟୋଜିତ କରାଯିବ । ଏହି ମୂର୍ତ୍ତି ଏତେ ବିଶାଳ ହୋଇଛି ଯେ, ୨୦ କିଲୋମିଟର ଦୂରରୁ ଏହା ଦୃଶ୍ୟମାନ ହେବ । ରାତିରେ ଦୃଶ୍ୟମାନ ହେବା ପାଇଁ ଉନ୍ନତ ଧରଣର ଆଲୋକୀକରଣ କରାଯାଇଛି ।

ଭକ୍ତମାନଙ୍କ ସୁବିଧା ପାଇଁ ଲିଫ୍ଟ, ହଲ ଏବଂ ସିଡିର ବ୍ୟବସ୍ଥା କରାଯାଇଛି । ଏହାର ନିର୍ମାଣରେ ୩ ହଜାର ଟନ ଇସ୍ପାତ ଲୁହା, ୨.୫ ଲକ୍ଷ ଟନର କଂକ୍ରିଟ ଏବଂ ବାଲିର ବ୍ୟବହାର କରାଯାଇଛି । ଏହା ସମ୍ପୂର୍ଣ୍ଣ ହେବାକୁ ୧୦ ବର୍ଷ ସମୟ ଲାଗିଥିଲା । ୨୦୧୨ରେ ଗେହଲେଟଙ୍କ ଉପସ୍ଥିତିରେ ଏହାର ଭିତି ପ୍ରସ୍ତର ସ୍ଥାପନ କରାଯାଇଥିଲା ।

SBI_Festive_Digital Billboard