ନୂଆଦିଲ୍ଲୀ: ମଧ୍ୟ ପୂର୍ବ ଏସିୟ ଦେଶ ଇରାକରେ ଗତକିଛି ଦିନ ହେବ ଏକ ନୂଆ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ରୋଗରେ ପିଡ଼ିତ ବ୍ୟକ୍ତିକୁ ପ୍ରଥମେ ଜ୍ୱର ହେବା ପରେ ନାକରୁ ରକ୍ତ ବାହାରିଥାଏ । ନାକରୁ ଅତ୍ୟଧିକ ରକ୍ତସ୍ରାବ ପାଇଁ ରୋଗୀମାନଙ୍କର ମୃତ୍ୟୁ ହେଉଥିବା କୁହାଯାଉଛି । ତେବେ ମଧ୍ୟ-ପୂର୍ବ ଏସିଆ ସ୍ଥିତ ଇରାକରେ ଭାଇରସ CCHF ଆତଙ୍କ ଖେଳାଇଛି।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତଥା ‘ହୁ’ର କହିବା ମୁତାବକ, ଚଳିତ ବର୍ଷ ଇରାକରେ ଏହି ଭାଇରସର ୧୧୧ଟି ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ ୧୯ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ ହୋଇଛି। ଚିକିତ୍ସକଙ୍କ କହିବା ଅନୁସାରେ, ଏହି ଭୂତାଣୁକୁ ମାତ୍ ଦେବା ପାଇଁ ବର୍ତ୍ତମାନ ଯାଏଁ କୌଣସି ଟିକା ଉପଲବ୍ଧ ହୋଇନାହିଁ। ଇରାକ୍ରେ ଏହି ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।
ସୂଚନା ମୁତାବକ, ଇରାକ୍ରେ ପ୍ରଥମେ ଗାଇକୁ କୀଟନାଶକ ସିଞ୍ଚନ କରିବା ପରେ ଜଣେ ସ୍ୱାସ୍ଥ୍ୟକର୍ମୀ ଏହି ଭାଇରସରେ ସଂକ୍ରମିତ ହୋଇଥିଲେ। ଏହି ଘଟଣା ପରେ ଇରାକର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ କର୍ମୀମାନେ ପ୍ରତିରକ୍ଷା ପୋଷାକ ପିନ୍ଧି କାମ କରିବାକୁ ବାଧ୍ୟ ହୋଇଛନ୍ତି। ଏହି ଭାଇରସର Crimean-Congo Haemorrhagic Fever (CCHF) ନାଁ କ୍ରାଇମବ୍ରାଞ୍ଚ-କଙ୍ଗୋ ହେମୋରେଜିକ୍ ଜ୍ୱର (CCHF) ରଖାଯାଇଛି। ଯାହା ପଶୁମାନଙ୍କଠାରୁ ମଣିଷକୁ ଶୀଘ୍ର ବ୍ୟାପୁଥିବା ସେଠାକାର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି।
ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କୁ ପ୍ରଥମେ ପ୍ରବଳ ଜ୍ୱର ହୁଏ। ପରେ ଉକ୍ତ ସଂକ୍ରମିତ ବ୍ୟକ୍ତିଙ୍କ ନାକରୁ ପ୍ରବଳ ରକ୍ତସ୍ରାବ ହୋଇଥାଏ। ଯାହା ମୃତ୍ୟୁର କାରଣ ପାଲଟିଥାଏ। ଏହି ରୋଗ ଉଭୟ ବନ୍ୟଜନ୍ତୁ ଏବଂ ଗୃହପାଳିତ ପଶୁ ତଥା ଗାଈ, ଗୋରୁ, ଛେଳି, ମେଣ୍ଡା, ମଇଁଷି ଆଦିରୁ ବ୍ୟାପୁଥିବା ଡାକ୍ତରମାନେ କହୁଛନ୍ତି।