ସବୁ ପଞ୍ଚାୟତରେ ଖୋଲିବ ବ୍ୟାଙ୍କ : ଘୋଷଣା କଲେ ନୀତୀଶ ସରକାର

ପାଟନା,୨୧/୩ : ବିହାରର ସମସ୍ତ ପଞ୍ଚାୟତରେ ଖୋଲିବ ବ୍ୟାଙ୍କ । ଡିଜିଟାଲାଇଜେସନ ହେବ ସମସ୍ତ ଅଞ୍ଚଳ । ବିଜେପିର ପ୍ରଶ୍ନରେ ଘାଇଲା ହୋଇ ନୀତୀଶ ସରକାର ବଡ଼ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ ବିଜୟ ଚୌଧୁରୀ ବିଧାନସଭାରେ ଏହାର ଘୋଷଣା କରିଛନ୍ତି । ବିଜେପିର ଜନକ ସିଂହ, ସାରଣର ଇଶୁଆପୁର ଅଞ୍ଚଳରେ ନିପୋନିୟା ବଜାରରେ ବ୍ୟାଙ୍କର ଶାଖା ଖୋଲିବା ପାଇଁ ବିଧାନସଭାରେ ଦାବି କରିଥିଲେ । ଏହାକୁ ନେଇ ନୀତୀଶ ସରକାର ବିହାର ସମସ୍ତ ପଞ୍ଚାୟତରେ ବ୍ୟାଙ୍କିଂ ସୁବିଧା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ।

ଏଥିପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଞ୍ଚାୟତ ସରକାରୀ ଭବନରେ ବ୍ୟାଙ୍କ୍ ଶାଖା ଖୋଲିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ବ୍ୟାଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିନା ଶୁଳ୍କରେ ଘର ଯୋଗାଇ ଦିଆଯିବା ନେଇ ଘୋଷଣା କରାଯାଇଛି। ସେହିପରି ଆରଟିପିଏସ୍ କାଉଣ୍ଟରରେ ଖୋଲାଯାଇ ଏଥିରେ ଟୋଲ୍ ଫ୍ରି’ ନମ୍ବର ଲେଖା ହେବ । ବ୍ୟାଙ୍କ ସରର୍ଭର ଖରା଼ପ ହେଲେ ଏଥିରେ ଫୋନ୍ କରି ଇଞ୍ଜିନିୟରଙ୍କୁ ଜଣାଇପାରିବେ । ଉଦ୍ୟୋଗ ମନ୍ତ୍ରୀ ସମୀର କୁମାର ମହାସେଠଙ୍କ କହିବା ମୁତାବକ, ରାଜ୍ୟରେ ନିବେଶ ପାଇଁ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦିଆଯିବା ସହିତ ନିବେଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଯିବ । ନିବେଶକମାନେ ଉଦ୍ୟୋଗ ବସାଇଲେ ବିହାର ସରକାର ତାଙ୍କୁ ବିଭିନ୍ନ ସ୍କିମ୍ ମାଧ୍ୟମରେ ଅନୁଦାନ ଯୋଗାଇ ଦେବେ ବୋଲି ବିଧାନସଭାରେ ଉଦ୍ୟୋଗ ମନ୍ତ୍ରୀ ଉତ୍ତର ରଖିଛନ୍ତି ।