୫୩ନଂ NH ଉପରେ ବୁଲା ଗୋରୁଙ୍କ ମୃତ୍ୟୁ ପ୍ରତିବାଦରେ ରାସ୍ତା ରୋକ

ମହାକାଳପଡ଼ା,୧୭/୧୨ : ମହାକାଳପଡ଼ା ବିଧାନ ସଭା କ୍ଷେତ୍ର ଅଧୀନ ମାର୍ଶାଘାଈ ଥାନା ଅନ୍ତର୍ଗତ ହଳଦିଆ ଗଡା ଠାରୁ ବାଲିସୁଆଁ ଛକ ଭିତରେ ଗାଡ଼ିଆଳ ଙ୍କ ବେପରୁଆ ଗାଡ଼ି ଚାଳନା ହେତୁ ସାତରୁ ଅଧିକ ବୁଲା ଗୋରୁ ମଙ୍ଗଳ ଵାର ରାତ୍ରିରେ ମୃତ୍ୟୁ ବରଣ କରିଥିଲେ l ବୁଧବାର ସକାଳେ ସ୍ଥାନୀୟ ଲୋକେ ବିଳମ୍ବିତ ରାତ୍ରିରେ ଟ୍ରକ ଚାଳକ ମାନଙ୍କ ଏଭଳି ଅମାନବୀୟ ଘଟଣା ଦେଖିବା ପରେ ତେଜିଥିଲେ ସ୍ଥାନୀୟ ଲୋକେ l ଏନେଇ ମହାକାଳପଡ଼ା ଓ ମାର୍ଶାଘାଇ ଉଭୟ ବ୍ଲକ ର ସାଧାରଣ ଜନତା ଓ ବଜରଂଗୀ କାର୍ଯ୍ୟକର୍ତ୍ତା ମିଳିତ ଭାବେ ରାସ୍ତା ରୋକ କରିଥିଲେ l ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ଓ ସାଧାରଣ ଲୋକେ ଜାତୀୟ ରାଜପଥ ଉପରେ ଘଟୁଥିବା ଦୁର୍ଘଟଣା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଙ୍କ ଅବ୍ୟବସ୍ଥା କୁ ମୁଖ୍ୟ କାରଣ ବୋଲି କହିଥିଲେ l

ସେହିପରି ରାଜପଥ ପ୍ରଶସ୍ତି କରଣ କାର୍ଯ୍ୟ କରୁଥିବା ଏଜେନ୍ସି, ଓ ଅଣ୍ଡର ବାଇପାସ ଦେଇ ଆଗକୁ ଯିବା କୁ ଚାହୁଁଥିବା ଗାଡ଼ି ଚାଳକ ମାନେ ଦୁର୍ଘଟଣା ପାଇଁ ଅନେକାଂଶ ରେ ଦାୟୀ ବୋଲି ରାସ୍ତା ଅବରୋଧ କାରି ମାନେ କହିଛନ୍ତି l ରୋଡ଼ ସେଫଟି ଦାୟିତ୍ୱ ନିର୍ବାହ କରୁଥିବା କର୍ମଚାରୀ ଓ ପାଟ୍ରୋଲିଙ୍ଗ ରେ ଢ଼ିଲମ ଢିଲା ପାଇଁ ଏସବୁ ଦୁର୍ଘଟଣା ଘଟୁଛି l ଏଥି ପ୍ରତି ଯାତ୍ରୀ ଓ ଚାଳକ ଉଭୟ ସଚେତନ ହେବା ସହିତ ପ୍ରଶାସନ ସଜାଗ ରହିଲେ ସହଜରେ ଦୁର୍ଘଟଣା କୁ ଏଡାଇହେବ ବୋଲି ସଚେତନ ନାଗରିକ ମାନେ ମତବ୍ୟକ୍ତ କରିଥିଲେ l ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତାରୋକ ଜାରିରହିଥିଲା l ଏନେଇ ପାରାଦ୍ବୀପ ଓ ଚଣ୍ଡିଖୋଲ ଜାତୀୟ ରାଜପଥ ରେ ଉଭୟ ପାର୍ଶ୍ଵ ରେ ଗାଡ଼ି ମଟର ଠିଆ ହୋଇରହିଥିଲା lପ୍ରଶାସନ ଘଟଣା ସ୍ଥଳରେ ପହଂଚି ଅବରୋଧ କାରି ମାନଙ୍କୁ ବୁଝା ସୁଝା କରିବା ପରେ ରାସ୍ତା ରୋକ ହଟିଥିଲା l
(ମହାକାଳପଡ଼ାରୁ ଅରକ୍ଷିତ ନାଥ )