ଭୁବନେଶ୍ୱର, ୦୪/୦୮ : ବୋର୍ଡ ଉପ ସଭାପତି ନିହାର ମହାନ୍ତିଙ୍କ ଜାମିନୀ ଆବେଦନ ଖାରଜ ହୋଇଛି । ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ବୋର୍ଡ ଉପ ସଭାପତି ନିହାର ମହାନ୍ତିଙ୍କ ବିରୋଧରେ ଲାଗିଛି ସଂଗୀନ ଦଫା । ତାଙ୍କ ବିରୋଧରେ ଲାଗିଛି 302,318(2),324(3),336,337,338,49,238,112(2) ଦଫା । ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣାରେ ବୋର୍ଡ ଉପସଭାପତି ଗିରଫ । ଦୁଇ ଥର ଜେରା ପରେ ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ତାଙ୍କ ଲାପଟପରୁ ଚୋରି ହୋଇଥିଲା ପ୍ରଶ୍ନପତ୍ର। ଗତକାଲି ତାଙ୍କୁ ୩ ଘଣ୍ଟା ଧରି ଜେରା କରିଥଲା କ୍ରାଇମବ୍ରାଞ୍ଚ । ନିହାରଙ୍କ ଲାପଟପରୁ ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଚୋରି ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ଜିତନ ହିଁ ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ନିହାରଙ୍କ ଲାପଟପରୁ ଚୋରି କରିଥିଲା। ଏହାକୁ ଅଭିଯୁକ୍ତ ବିଜୟ ମିଶ୍ରକୁ ଦେଇଥିଲା । ବୋର୍ଡ ଉପସଭାପତିଙ୍କ ଲାପଟପକୁ ପ୍ରଶ୍ନପତ୍ର କିଭଳି ଆସିଲା, ସେ ନେଇ ତନାଘନା ତଦନ୍ତ କରିଛି କ୍ରାଇମବ୍ରାଞ୍ଚ । ବୋର୍ଡ ଉପସଭାପତି ନିହାରଙ୍କୁ ମିଶାଇ ପ୍ରଶ୍ନପତ୍ର ଲିକ ମାମଲାରେ ୮ ଜଣ ଗିରଫ ହେଲେଣି ।