ପୁରୀ,୯/୭ : ନୀଳାଦ୍ରିବିଜେ ସହ ଶେଷ ହୋଇଛି ଘୋଷଯାତ୍ରାର ସମସ୍ତ ପର୍ଯ୍ୟାୟ। ମହାପ୍ରଭୁ ଏବେ ରତ୍ନବେଦୀରେ ଆଶ୍ୱିନ ହୋଇଥିବା ବେଳେ ପୁଣିଥରେ ଦୈନନ୍ଦୀନ ନୀତିକାନ୍ତି ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି। ଆଜି ଶ୍ରୀମନ୍ଦିରରୁ ବାହାରିଛି ନୀଳାଚଳ ଅବଢା। ଭକ୍ତମାନେ ନୀଳାଚଳ ଅବଢ଼ା ପାଇ କୃତାର୍ଥ ଅର୍ଜନ କରିଛନ୍ତି।
ନିଳାଦ୍ରୀ ବିଜେରେ ଶ୍ରୀମନ୍ଦିର ଫେରିଥିବା ମହାପ୍ରଭୁଙ୍କର ଆରମ୍ଭ ହୋଇଯାଇଛି ପୁଣି ଲୀଳାଖେଳା। ଗତକାଲି ମହାପ୍ରଭୁଙ୍କ ପହଣ୍ଡି ଶେଷ ହେବା ପରେ ବିଳମ୍ବିତ ରାତିରେ ରୁନ୍ଧା କାର୍ଯ୍ୟ ଶେଷ କରାଯାଇଥିଲା। ଭୋରରୁ କୋଠସୁଆଁସିଆ ମାନେ ପଶି ଚାରମାଳ ଖୋଲିବା ପରେ ସକାଳୁ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ, ଅବକାଶ, ଗୋପାଳବଲ୍ଲଭ ଭୋଗ ପରେ ସକାଳ ଧୂପରେ ବାହାରିଥିଲା ନିଳାଚଳ ଅବଢା । ଦୀର୍ଘଦିନ ପରେ ଶ୍ରୀମନ୍ଦିରରୁ ମହାପ୍ରସାଦ ବାହାରି ଥିବାରୁ ଭକ୍ତ ଓ ସେବାୟତମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକ୍ରାଶ ପାଇଛି । ଦୀର୍ଘ ଏକମାସ ପରେ ଆଜି ଚଳଚଞ୍ଚଳ ହୋଇଛି ଶ୍ରୀମନ୍ଦିର। ହଜାର ହଜାର ଭକ୍ତ ଶ୍ରୀମନ୍ଦିର ଯାଇ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ସହ ପ୍ରଥମ ନୀଳାଚଳ ଅବଢା ପାଇଛନ୍ତି।
