ଭୁବନେଶ୍ୱର,୩୦/୧: ନବ ଦାସଙ୍କ ଦେହାନ୍ତ ପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ମିଳିଛି ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ। ରାଜ୍ୟପାଳ ପ୍ରଫେସର ଗଣେଶିଲାଲଙ୍କ ଅନୁମତି ପରେ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ। ନିରଞ୍ଜନ ପୂଜାରୀ ଏବେ ସଂସଦୀୟ ବ୍ୟାପାର ଓ ଅର୍ଥମନ୍ତ୍ରୀ ଅଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ବିୟୋଗ ପରେ ନିରଞ୍ଜନଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଦାୟିତ୍ୱ ଦିଆଯାଇଛି । ସେ ଏବେ ଅର୍ଥ ସହ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ବି ସମ୍ଭାଳିବେ ।