ନିସ୍ ଶିକ୍ଷାନୁଷ୍ଠାନରେ ଜାତୀୟ ସେମିନାର ଅନୁଷ୍ଠିତ

ଭୁବନେଶ୍ୱର,୨୦/୪ : ଭୁବନେଶ୍ବର ମଦନପୁରସ୍ଥିତ ନିସ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍‌ ଆଡ୍‌ମିନିଷ୍ଟ୍ରେସନ ପରିସରରେ ଇଣ୍ଟରନେଟ୍ ଅନ୍ ଥିଙ୍କ୍ ଶିର୍ଷକ ଏକ ଜାତୀୟ ସେମିନାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ବିଜୁପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡ଼କ୍ଟର ଚିତ୍ତରଞ୍ଜନ ତ୍ରିପାଠୀ ମୁଖ୍ୟଅତିଥି ଆଇଆଇଆଇଟି ଭୁବନେଶ୍ଵରର ପ୍ରଫେସର୍‌ ଡ଼କ୍ଟର ସୁରଜ ଶର୍ମା ମୂଖ୍ୟବକ୍ତା ଓ ନାକ୍ ବେଙ୍ଗାଲୁରୁର ପରାମର୍ଶଦାତା ପ୍ରଫେସର୍ ଡ଼କ୍ଟର ଅମିୟ କୁମାର ରଥ ସମ୍ମାନୀତ ଅତିଥୀ ଭାବେ ଯୋଗ ଦେଇ ସାଂପ୍ରତିକ ପରିସ୍ଥିତିରେ ଇଣ୍ଟରନେଟ୍ ଭାବନା,ଉପଯୋଗିତା ଓ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଗଠନ ପାଇଁ ଏହାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ ।

ନିସ୍ ପ୍ରତିଷ୍ଠାତା ସମ୍ପାଦକ ଡ଼କ୍ଟର ସୁଭାଷ ଚନ୍ଦ୍ର ନାୟକ ସ୍ୱାଗତ ଭାଷଣ ଦେବା ସହ ପ୍ରତିଟି ମୂହୁର୍ତ୍ତରେ ଇଣ୍ଟରନେଟ୍‌ର ଆବଶ୍ୟକତା ସମ୍ପର୍କରେ ସାରଗର୍ଭକ ମତବ୍ୟକ୍ତ କରିଥିଲେ । ଏଥିରେ ଅନୁଷ୍ଠାନର ଡ଼ିନ୍ ପ୍ରଫେସର ବିଷ୍ଣୁ ପାଲ୍, ଉପନିର୍ଦ୍ଦେଶକ ଡକ୍ଟର ଦୁଷ୍ମନ୍ତ କୁମାର ପଟ୍ଟନାୟକ, ଜଏଣ୍ଟ ରେଜିଷ୍ଟ୍ରର ପ୍ରଫେସର ଭବାନୀ ଶଙ୍କର ରଥ, ପ୍ରଶାସନିକ ଅଧୁକାରୀ ପିତାମ୍ବର ଚୟନୀ, ଏମସିଏ ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରଭାକର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ପରିଶେଷରେ ନିମନ୍ତ୍ରୀତ ଅତିଥି ମାନଙ୍କୁ ସହ ପ୍ରତିଷ୍ଠାତା ପ୍ରଫେସର ସ୍ମୃତିସୁଧା ନାୟକ ମାନପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ କମ୍ପୁଟର ସାଇନସ୍ ବିଭାଗର ଡ଼ିନ୍ ପ୍ରଫେସର ସୂର୍ଯ୍ୟକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କମ୍ପୁଟର ସାଇନସ୍ ଓ ଆଇଟି ବିଭାଗର ଛାତ୍ରଛାତ୍ରୀମାନେ ଯୋଗଦେଇ ପରିବେଶକୁ ଉତ୍ସବ ମୁଖରିତ କରିଥିଲେ ।