ମୁମ୍ବାଇ,୧୧/୧୧: ଆଇପିଏଲ-୨୦୨୦ ଟାଇଟଲ୍ ଜିଣିଲା ମୁମ୍ବାଇ ଇଣ୍ଡିଆନ୍ସ। ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ୫ ଥର ପାଇଁ ଟ୍ରଫି ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ସୋସିଆଲ୍ ମିଡିଆରେ ଏମଆଇ ବିଜୟକୁ ନେଇ ଯେତିକି ଚର୍ଚ୍ଚା ନହେଉଛି ତାଠୁ ଅଧିକ ଚର୍ଚ୍ଚା ମାଲିକାଣୀ ନୀତା ଅମ୍ବାନୀଙ୍କୁ ନେଇ ହେଉଛି।
ମ୍ୟାଚ୍ ଜିତିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେୟର ସାକ୍ଷାତକାର ଦେଉଥିଲେ। ଏହି ସମୟରେ ଏମଆଇ ଓନର ନୀତା ଅମ୍ବାନୀ ପଡ଼ିଆ ଭିତରକୁ ଧସେଇ ପଶିଥିଲେ। ପରେ ଲାଇଭ୍ ଚାଲୁଥିବା ଜାଣିବା ପରେ ମନ ଉଣା କରି ଫେରିଯାଇଥିଲେ ନୀତା। ଏଭଳି ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ପଞ୍ଚମ ଥର ପାଇଁ ଏମଆଇ ଆଇପିଏଲ୍ ଟାଇଟଲ୍ ଜିଣିବା ପରେ କ୍ବିଣ୍ଟନ ଡିକକ୍ ଓ ନାଥନ କୋଳ୍ଟର ଗଣାମଧ୍ୟମକୁ ସାକ୍ଷାତାକାର ଦେଉଥିଲେ। ତେବେ ଏନେଇ ଜାଣିନଥିଲେ ନୀତା ଅମ୍ବାନୀ। ହଠାତ ପଡ଼ିଆ ଭିତରକୁ ପ୍ରବେଶକୁ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବାକୁ ଦୌଡ଼ି ପଳାଇଆସିଥିଲେ। ହଠାତ ନୀତାଙ୍କ ଗତି ଧିମା ହୋଇଥିଲା। କାରଣ ସେ ଜାଣିବାକୁ ପାଇଥିଲେ ସାକ୍ଷାତକାର ଚାଲିଛି। ତଥାପି ଖେଳାଳିକୁ ସାମାନ୍ୟ ସ୍ପର୍ଶ କରି ଫେରିଯାଇଥିଲେ ନୀତା।