ନୂଆଦିଲ୍ଲୀ, ୧୯/୦୪ : ଓଡ଼ିଶା ସମେତ ଦେଶର ସମସ୍ତ ମେଡିକାଲ କଲେଜରେ ଡାକ୍ତରଙ୍କ ଉପସ୍ଥାନ ପାଇଁ କେନ୍ଦ୍ର ସରକାର ନୂଆ ପ୍ରଯୁକ୍ତିର ସାହାରା ନେଇଛନ୍ତି। କେନ୍ଦ୍ର ସରକାର ମୋବାଇଲ ଆପ୍ ପ୍ରସ୍ତୁତ କରିଛନ୍ତି ଯାହା ପ୍ରତ୍ୟେକ ଡାକ୍ତରଙ୍କ ଫୋନ୍ରେ ଇନ୍ଷ୍ଟଲ୍ କରାଯିବା ଡାକ୍ତରମାନେ ହସ୍ପିଟାଲ୍ରେ ପହଞ୍ଚିବା ପରେ ଆପ୍ ଜରିଆରେ ସେଲ୍ଫି ଦେବାକୁ ପଡ଼ିବ। ମେ ୧ ତାରିଖରୁ ସମସ୍ତ ମେଡିକାଲ କଲେଜ ଏବଂ ଅନୁଷ୍ଠାନଗୁଡ଼ିକ ପାଇଁ ଲାଗୁ ହେବ। ବର୍ତ୍ତମାନ, ଦେଶର ସମସ୍ତ ମେଡିକାଲ କଲେଜ ଏବଂ ଅନୁଷ୍ଠାନଗୁଡ଼ିକ ଆଧାର ସକ୍ଷମ ବାୟୋମେଟ୍ରିକ ହାଜିରା ସିଷ୍ଟମ (AEBAS) ମାଧ୍ୟମରେ ହାଜିରା ଚିହ୍ନଟ କରିଥାନ୍ତି। ସେ ମେଡିକାଲ କଲେଜ ଏବଂ ଅନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ କଲେଜରେ ଦିଆଯାଇଥିବା ଏକ GPS ଅବସ୍ଥାନର ୧୦୦ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ହାଜିରା ଚିହ୍ନଟ କରାଯିବା ପାଇଁ କଲେଜର ବିଭିନ୍ନ ବିନ୍ଦୁର GPS ଅବସ୍ଥାନ ଏନଏମସି ସହିତ ଅଂଶୀଦାର କରନ୍ତୁ। ମୁଖ ପ୍ରାମାଣିକରଣ ଆପ୍ ଏପ୍ରିଲ ୨୪ ତାରିଖରୁ ସକ୍ରିୟ ହେବ, ଏବଂ ଯେକୌଣସି କଲେଜ ଯଦି କୌଣସି ଅସୁବିଧାର ସମ୍ମୁଖୀନ ହୁଏ, ତେବେ ତାହା ଏପ୍ରିଲ ୩୦ ପୂର୍ବରୁ ଟେକନିକାଲ ଟିମ୍ଙ୍କ ଧ୍ୟାନକୁ ଆଣିବାକୁ ପଡ଼ିବ।