କଂଗ୍ରେସ ଦେଶରେ ବଢ଼ୁଛି, ଓଡିଶାରେ ସୋଇଛି : ଖାଲି ପଡ଼ିଛି ପିସିସି ସଭାପତି ପଦ

ଭୁବନେଶ୍ୱର, ୦୭/୧୦ : ହରିୟାଣାରେ କଂଗ୍ରେସ ଏବଂ ଜମ୍ମୁ ଓ କାଶ୍ମୀରରେ ଇଣ୍ଡିଆ ମେଣ୍ଟ ସରକାର କରିବା ସମ୍ଭାବନା ବଢ଼ି ଯାଇଛି । କେବଳ ଏହି ଦୁଇ ରାଜ୍ୟ ନୁହେଁ ଆଗକୁ ହେବାକୁ ଥିବା ଝାଡଖଣ୍ଡ ଓ ମହାରାଷ୍ଟ୍ର ନିର୍ବାଚନରେ ମଧ୍ୟ କଂଗ୍ରେସ ବାଜିମାତ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କଂଗ୍ରେସ ନେତା । ହେଲେ ଓଡିଶାରେ କଂଗ୍ରେସ ସ୍ଥିତିରେ ସୁଧାର ଆସିବା ଭଳି ଦେଖାଯାଉ ନାହିଁ। ଆଗକୁ ଦେଶ ଓ ରାଜ୍ୟରେ କଂଗ୍ରେସ ପୁଣି କ୍ଷମତାକୁ ଫେରିବ ବୋଲି ଆଶା ରଖିଛନ୍ତି। ହେଲେ, ଓଡ଼ିଶା କଂଗ୍ରେସର କାର୍ୟ୍ୟରୁ ସେଭଳି କିଛି ଦେଖିବାକୁ ମିଳୁନାହିଁ । ମାସମାସ ଧରି ପିସିସି ସଭାପତି ପଦ ଖାଲି ପଡିଥିଲାବେଳେ ଲାଗୁଛି ଯେମିତି ଦଳ ଶୋଇ ପଡିଛି । ଦଳ କେମିତି ମଜବୁତ ହେବ ସେ ନେଇ ଆଶଙ୍କା ପ୍ରକାଶ ପାଇଛି। ପିସିସି କମିଟି ଭାଙ୍ଗିବାର ଦୁଇ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏପର୍ୟ୍ୟନ୍ତ ନୂଆ କମିଟି ଗଠନ ହୋଇପାରି ନାହିଁ । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କଂଗ୍ରେସ ସ୍ଥିତି ଖରାପ ରହିଛି । ତେବେ ବିଜେଡିରେ ଅନ୍ତକନ୍ଦଳ ଜୋର ହେଉଥିବାରୁ ଓଡିଶାରେ କଂଗ୍ରେସ ପାଇଁ ଭଲ ସମ୍ଭାବନା ରହିଛି ।