ଆଜିଠୁ ଏହି ଗାଡ଼ିକୁ ପେଟ୍ରୋଲ ଡିଜେଲ୍ ବନ୍ଦ

0

ନୂଆଦିଲ୍ଲୀ, ୦୧/୦୭ : ଆଜି ଠାରୁ ପୁରୁଣା ଯାନ ବ୍ୟବହାରକୁ ରୋକିବା ପାଇଁ ଦିଲ୍ଲୀ ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି । ଦିଲ୍ଲୀ ସରକାର ପ୍ରଦୂଷଣ ରୋକିବା ଉପରେ ସବୁଠାରୁ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଯେଉଁ ଗାଡ଼ିଗୁଡ଼ିକ ୧୫ବର୍ଷରୁ ଅଧିକ ହୋଇସାରିଛି ସେଗୁଡ଼ିକ ଆଉ ରାସ୍ତାରେ ଗଡ଼ିବ ନାହିଁ । ପୁରୁଣା ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯାଇ ସେଗୁଡ଼ିକୁ ଜବତ କରାଯିବ । ଏଣ୍ଡ-ଅଫ୍-ଲାଇଫ୍ ଭେଇକିଲ୍ ଗୁଡ଼ିକ ଉପରେ ଚାଲାଣ ମଧ୍ୟ କାଟିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ୧୫ବର୍ଷ ପୁରୁଣା ପେଟ୍ରୋଲ୍ ଗାଡ଼ି ଏବଂ ୧୦ବର୍ଷ ପୁରୁଣା ଡିଜେଲ୍ ଗିଡ଼ିଗୁଡିକୁ ଆଜିଠୁ ପେଟ୍ରୋଲ୍ ମିଳିବ ନାହିଁ । ଅର୍ଥାତ୍ ଆପଣ ପୁରୁଣା ଗାଡ଼ିକୁ ନେଇ ପେଟ୍ରୋଲ ପମ୍ପ ଗଲେ ବି ପେଟ୍ରୋଲ ପମ୍ପରେ ପେଟ୍ରୋଲ ମିଳିବ ନାହିଁ । ଆଉ ଧରାପଡ଼ିଲେ ୪ଚକିଆ ଯାନ ପାଇଁ ୧୦,୦୦୦ ଟଙ୍କା ଏବଂ ୨ଚକିଆ ଯାନ ପାଇଁ ୫ହଜାର ଟଙ୍କା ଚାଲାଣ ବି କାଟିବାର ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ପ୍ରଥମେ ଜାଣନ୍ତୁ ନୂତନ ନିୟମ କ’ଣ । ନିକଟରେ, ବାୟୁ ଗୁଣବତ୍ତା ପରିଚାଳନା କମିଶନ ସ୍ପଷ୍ଟ କରିଥିଲେ, ୧ ଜୁଲାଇ, ୨୦୨୫ ରୁ ଦିଲ୍ଲୀରେ ଯେଉଁ ପୁରୁଣା ଯାନଗୁଡ଼ିକ ସେମାନଙ୍କର ନିର୍ଦ୍ଧାରିତ ବୟସ ସୀମା ପୂରଣ କରିଛନ୍ତି ସେମାନଙ୍କୁ ପେଟ୍ରୋଲ ପମ୍ପରେ ପେଟ୍ରୋଲ-ଡିଜେଲ ଯୋଗାଇ ଦିଆଯିବ ନାହିଁ । ନିୟମ ଅନୁଯାୟୀ, ୧୦ ବର୍ଷରୁ ପୁରୁଣା ଡିଜେଲ ଯାନ ଏବଂ ୧୫ ବର୍ଷରୁ ପୁରୁଣା ପେଟ୍ରୋଲ ଯାନଗୁଡ଼ିକୁ ଏଣ୍ଡ-ଅଫ୍-ଲାଇଫ୍ ଭେଇକିଲ୍ ବର୍ଗରେ ରଖାଯାଇଛି । ଏହି ନୂତନ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ, ଦିଲ୍ଲୀର ସମସ୍ତ ପେଟ୍ରୋଲ ପମ୍ପରେ ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ ସିଷ୍ଟମ ରହିଛି, ଯାହା ସାହାଯ୍ୟରେ ଏପରି ପୁରୁଣା ଯାନଗୁଡ଼ିକୁ ଚିହ୍ନଟ କରାଯିବ ।

ଅଟୋମେଟିକ୍ ନମ୍ବର ପ୍ଲେଟ୍ ରେକଗ୍ନିସନ୍ ସିଷ୍ଟମରେ ଉଚ୍ଚମାନର କ୍ୟାମେରା ବ୍ୟବହାର କରାଯାଇଛି । ଯାହା ପେଟ୍ରୋଲ ପମ୍ପକୁ ଆସୁଥିବା ସମସ୍ତ ଗାଡ଼ିର ନମ୍ବର ପ୍ଲେଟରୁ ସେମାନଙ୍କର ତଥ୍ୟ ହାସଲ କରିବ । ଯଦି ସେହି ଗାଡ଼ି ଏଣ୍ଡ-ଅଫ୍-ଲାଇଫ୍ ବର୍ଗରେ ଆସୁଥିବ, ତେବେ ପେଟ୍ରୋଲ ପମ୍ପରେ ହିଁ ଗାଡ଼ିକୁ ଜବତ କରାଯିବ । ଆରମ୍ଭରୁ ସରକାର ନିଷ୍ପତ୍ତି ନେଇଥିଲେ, ପେଟ୍ରୋଲ, ଡିଜେଲ ଏବଂ ସିଏନଜି ଚାଳିତ ପୁରୁଣା ଯାନଗୁଡ଼ିକୁ ନିଷିଦ୍ଧ କରାଯିବ, କିନ୍ତୁ ବର୍ତ୍ତମାନ ପାଇଁ, ୧୫ ବର୍ଷରୁ ପୁରୁଣା ସିଏନଜି ଯାନଗୁଡ଼ିକୁ ଆଶ୍ୱସ୍ତି ଦିଆଯାଇଛି । ଦିଲ୍ଲୀର ପରିବହନ କମିଶନର

SBI AD
Leave A Reply

Your email address will not be published.