ନୂଆଦିଲ୍ଲୀ,୪/୧ : ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଏବଂ ଚାଷୀମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପୁଣିଥରେ ବିଫଳ ହୋଇଛି । ଉଭୟ ପକ୍ଷ ମଧ୍ୟରେ ୮ମ ଥର ପାଇଁ ଆଲୋଚନା ବିଫଳ ହୋଇଛି । ଜାନୁୟାରୀ ୮ତାରିଖରେ ପୁଣି ଥରେ ଆଲୋଚନା ହେବ ।
ସୂଚନା ଅନୁସାରେ ଦିଲ୍ଲୀର ବିଜ୍ଞାନ ଭବନରେ ସରକାର ଏବଂ ଚାଷୀମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏଥିରେ ଚାଷୀ ଉଠାଇଥିବା କିଛି ଦାବିକୁ ସରକାର ଗ୍ରହଣ କରିନେଇଥିଲେ । ବିଜୁଳି ବିଲ ଦାବିକୁ ସରକାର ମାନି ନେଇଥିବା ସୂଚନା ମିଳିଛି । ତେବେ ଅନ୍ୟ ଦାବି ପ୍ରସଙ୍ଗରେ ସରକାରଙ୍କ ସହ ଆଲୋଚନା ବିଫଳ ହୋଇଛି । ଏହାର କୌଣସି ନିଷ୍କର୍ସ ବାହାରିପାରିନାହିଁ ।
ଆଜିର ବୈଠକରେ ଚାଷୀମାନେ କେବଳ ନୂଆ କୃଷି ଆଇନକୁ ଫେରାଇ ନେବା ପାଇଁ ଦାବି କରିଥିଲେ । କିନ୍ତୁ ପ୍ରତିଯବାବରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳର ସଦସ୍ୟ ଏହି ଆଲୋଚନା ପାଇଁ ଆଉ ଏକ ତାରିଖ ଧାର୍ଯ୍ୟ କରିବାକୁ କହିଥିଲେ । ଦୁଇ ପକ୍ଷର ଆଲୋଚନା ପରେ ଆସନ୍ତା ଜାନୁୟାରୀ ୮ ତାରିଖରେ ଏ ନେଇ ପୁଣି ଥରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।