କରୋନା ରୋକିବାକୁ ପାରା ଓ ବିଲେଇଙ୍କୁ ମାରିବାକୁ ଆଦେଶ ଦେଲେ ଉତ୍ତର କୋରିଆ ଶାସକ କିମ୍

ନୂଆଦିଲ୍ଲୀ,୪/୬ : କରୋନା ସଂକ୍ରମଣ ରୋକିବାକୁ ଉତ୍ତର କୋରିଆ ତାନାଶାହ କିମ୍ ଜୋଙ୍ଗ୍ ଉନ୍ ସମସ୍ତ ପାରା ଓ ବିଲେଇଙ୍କୁ ମାରିଦେବାକୁ ନିଷ୍ପତ୍ତି ନେଇଛନ୍ତି । ପାରା ଓ ବିଲେଇ ଚୀନ ସୀମା ଦେଇ କରୋନା ଭାଇରସ ବିସ୍ତାର କରିଥିବା ସେ ଆଶଙ୍କା କରିଛନ୍ତି । ଦୈନିକ ଏନକେ (NK) ସୂତ୍ରରୁ ପ୍ରକାଶ ଯେ ଉତ୍ତର କୋରିଆରେ କରୋନା ଜୀବାଣୁ ବିସ୍ତାରକୁ ରୋକିବା ପାଇଁ ଏକଛତ୍ରବାଦୀ ଶାସକଙ୍କ ଦ୍ୱାରା ଅନେକ ଉପାୟ ଘୋଷଣା କରାଯାଇଥିଲା।