କରୋନା ପରେ ଉତ୍ତର-କୋରିଆରେ ବ୍ୟାପୁଛି ‘ମାରାତ୍ମକ’ ରୋଗ: ଲୋକଙ୍କୁ ରକ୍ଷାକରିବାକୁ ମଇଦାନକୁ ଓହ୍ଲାଇଲେ କିମ ଜୋଙ୍ଗ

ନୂଆଦିଲ୍ଲୀ: କରୋନା ସହ ଲଢ଼େଇ ଚାଲିଥିବା ବେଳେ ଉତ୍ତର କୋରିଆରେ ଏକ ନୂଆ ସଂକ୍ରାମକ ରୋଗ ବ୍ୟାପିବାରେ ଲାଗିଛି । ଏହି ଭାଇରାଲ୍ ରୋଗରେ ପୀଡିତ ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ କିମ୍ ଜୋଙ୍ଗ ଉନ୍ ନିଜ ତରଫରୁ ମେଡିସିନ୍ ପଠାଇବାରେ ଲାଗିଛନ୍ତି ।  ଏବେ ଉତ୍ତର କୋରିଆରେ ବ୍ୟାପୁଥିବା ଏହି ନୂଆ ରୋଗ କେତେ ଯେ ବିପଜ୍ଜନକ, ସେବିଷୟରେ କିଛି ଜଣାପଡିନାହିଁ ।

ଉତ୍ତର କୋରିଆର ହେଜୁ ସହରରେ ପେଟ ଏବଂ ଅନ୍ତନଳୀ ଉପରେ ଆକ୍ରମଣ କରୁଥିବା ଏହି ନୂଆ ଭାଇରସରେ ପୀଡିତ ରୋଗୀଙ୍କୁ କିମଙ୍କ ପକ୍ଷରୁ ମେଡିସିନ୍ ପଠାଯାଉଛି ।  ଗୁରୁବାର ଦିନ ଉତ୍ତର କୋରିଆରେ ଜ୍ୱରର ଲକ୍ଷଣ ଥିବା ୨୬,୦୧୦ ମାମଲା ସାମ୍ନାକୁ ଆସିଥିଲା । ଏପ୍ରିଲ୍ ଶେଷ ସୁଦ୍ଧା, ସାରା ଦେଶରେ ଜ୍ୱରରେ ପୀଡିତ ଲୋକଙ୍କ ସଂଖ୍ୟା ପ୍ରାୟ ୪.୫୬ ନିୟୁତ ବୋଲି ରେକର୍ଡ କରାଯାଇଛି । ତେବେ କରୋନା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ଯେପରି ସମସ୍ତ ପଦକ୍ଷେପ ନିଆଯାଇଥିଲା,  ସେହିପରି କିମ ଜୋଙ୍ଗ ଏଥର ମଧ୍ୟ କ୍ୱାରେଣ୍ଟାଇନ କରିବା ସହିତ ଅନ୍ୟାନ୍ୟ ପଦକ୍ଷେପ ଉପରେ ଗୁରୁତ୍ୱ ଦେଉଛନ୍ତି ।