ଭୁବନେଶ୍ୱର, ୧୬/୧୧ : ଭାରତୀୟ ରିଜର୍ଭ ବ୍ୟାଙ୍କ ନେଇଛି ବଡ଼ ନିଷ୍ପତ୍ତି । ନିଷ୍ପତ୍ତି ଅନୁଯାୟୀ ସୁନା ପରି ରୂପା ଉପରେ ବି ମିଳିବ ଋଣ । ଯାହା ୧ ଏପ୍ରିଲ, ୨୦୨୬ରୁ କାର୍ଯ୍ୟକାରୀ ହେବ । ନୂତନ ନିର୍ଦ୍ଦେଶାବଳୀରେ କିଏ ଋଣ ପ୍ରଦାନ କରିବ । କେତେ ରୂପା କିମ୍ବା ସୁନା ବନ୍ଧକ ରଖାଯାଇପାରିବ । ସର୍ବାଧିକ ଋଣ ସୀମା ନିର୍ଦ୍ଦିଷ୍ଟ କରାଯାଇଛି । ଏହି ପଦକ୍ଷେପକୁ ଗ୍ରାମୀଣ ଓ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଭାବରେ ବିବେଚନା କରାଯାଉଛି।ଏହାସହ ଲକ୍ଷ ଲକ୍ଷ ଗ୍ରାମୀଣ ଏବଂ ସହରାଞ୍ଚଳ ଗ୍ରାହକଙ୍କୁ ବି ଲାଭ ମିଳିବ । ଯେଉଁମାନେ ଏବେ ସେମାନଙ୍କର ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ସେମାନଙ୍କର ରୂପା ବ୍ୟବହାର କରିପାରିବେ।ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଜଣେ ଗ୍ରାହକ ସର୍ବାଧିକ ୧୦ କିଲୋଗ୍ରାମ କିମ୍ବା ସର୍ବନିମ୍ନ ୫୦୦ ଗ୍ରାମ ରୂପା ଅଳଙ୍କାର ପାଇଁ ଋଣ ପାଇପାରିବେ । ଏହି ସୀମା ଅତିକ୍ରମ କରିବାକୁ ଅନୁମତି ଦିଆଯିବ ନାହିଁ । ରୂପା ବିରୁଦ୍ଧରେ ଋଣ ସାତ ବର୍ଷ ମଧ୍ୟରେ ପରିଶୋଧ କରାଯାଇପାରିବ । ସୁଧ ହାର ବ୍ୟାଙ୍କଗୁଡ଼ିକ ଦ୍ୱାରା ନିର୍ଣ୍ଣୟ କରାଯିବ ଏବଂ ବର୍ତ୍ତମାନର ବଜାର ପରିସ୍ଥିତି ଉପରେ ଆଧାରିତ ହେବ । ଏହାର ଅର୍ଥ ହେଉଛି ଯେପରି ସୁନା ଋଣ ଉପରେ ସୁଧ ଆଦାୟ କରାଯାଏ ।