ଆଉ ଦରକାର ନେବନି ATM, ଏବେ UPI ମାଧ୍ୟମରେ ସ୍ମାର୍ଟଫୋନରୁ ଉଠାଇ ହେବ କ୍ୟାସ୍

ନୂଆଦିଲ୍ଲୀ, ୧୭/୦୯ : ଆଉ ଦରକାର ନାହିଁ ATM । ଏବେ UPI ମାଧ୍ୟମରେ ସ୍ମାର୍ଟଫୋନରୁ ଉଠାଇ ହେବ କ୍ୟାସ୍ । ଭାରତରେ ଟଙ୍କା ଉଠାଇବା ଆହୁରି ସହଜ ହେବ । ଏବେ ଆପଣଙ୍କୁ ଟଙ୍କା ଦେବା ପାଇଁ ATM ଯିବାକୁ ପଡିବ ନାହିଁ । ଏହି ନୂଆ ସୁବିଧା ବିଶେଷ ଭାବରେ ଗ୍ରାମାଞ୍ଚଳ ଏବଂ ଛୋଟ ସହରରେ ରହୁଥିବା ଲୋକମାନଙ୍କୁ ଲାଭଦାୟକ ହେବ । ଯେଉଁଠାରେ ATM ଏବଂ ବ୍ୟାଙ୍କର କମ୍ ବ୍ରାଞ୍ଚ ରହିଛି । ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏବେ QR କୋଡ୍ ସ୍କାନ କରି ନଗଦ କ୍ୟାସ ଉଠାଇବାର ସୁବିଧା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି । ଏଥିପାଇଁ, ଲକ୍ଷ ଲକ୍ଷ ବ୍ୟବସାୟିକ ପ୍ରତିନିଧି (BC), ଯେପରିକି ଗ୍ରୋସରୀ ଦୋକାନୀ କିମ୍ଵା ଛୋଟ ସର୍ଭିସ ପଏଣ୍ଟ, QR କୋଡ୍ ପ୍ରଦାନ କରିବେ । ଗ୍ରାହକମାନେ ସେମାନଙ୍କ ମୋବାଇଲରେ ଯେକୌଣସି UPI ଆପ୍ ରୁ କୋଡ୍ ସ୍କାନ କରି ନଗଦ କ୍ୟାସ ଉଠାଇପାରିବେ । NPCI ବ୍ୟବସାୟିକ ପ୍ରତିନିଧିଙ୍କ ଠାରୁ UPI ମାଧ୍ୟମରେରେ ନଗଦ କ୍ୟାସ୍ ଉଠାଇବା ସୁବିଧା ପାଇଁ RBI ଠାରୁ ଅନୁମତି ମାଗିଛି । ରିପୋର୍ଟ ଅନୁଯାୟୀ, NPCIର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ସୁବିଧା ଏପର୍ଯ୍ୟନ୍ତ ଯୋଜନା ପର୍ଯ୍ୟାୟରେ ଅଛି । ଏବଂ ଏହା ଉପରେ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ । ଆପଣଙ୍କୁ ଜଣାଇ ଦେଉଛୁ ପୂର୍ବରୁ ମଧ୍ୟ UPIରୁ କାର୍ଡଲେସ୍ ନଗଦ ଉଠାଣ କେବଳ ସେହି ATM କିମ୍ବା କିଛି ମନୋନୀତ ଦୋକାନୀଙ୍କଠାରୁ ସମ୍ଭବ ଥିଲା । ଖୁବ୍ ଶୀଘ୍ର ଭାରତରେ ଲୋକମାନେ ୨୦ ଲକ୍ଷରୁ ଅଧିକ ବ୍ୟବସାୟ ପ୍ରତିନିଧି ଅର୍ଥାତ BC ଆଉଟଲେଟରେ UPI ମାଧ୍ୟମରେ ନଗଦ ଉଠାଣ କରିପାରିବେ । ତେବେ ଜାଣିରଖନ୍ତୁ ସେଠାରେ ମଧ୍ୟ ଏକ ଲିମିଟ୍ ଅଛି । ଏହି ଲିମିଟ୍ ସହରାଞ୍ଚଳରେ ୧୦୦୦ ଟଙ୍କା ଏବଂ ଗ୍ରାମାଞ୍ଚଳରେ ୨୦୦୦ ଟଙ୍କା ଥିଲା । କିନ୍ତୁ ଏବେ ଏହି ସୁବିଧା ବ୍ୟବସାୟ କରେସପଣ୍ଡେଣ୍ଟ ଆଉଟଲେଟ୍ ପର୍ଯ୍ୟନ୍ତ ପହଞ୍ଚିବ, ଯାହା ସହଜରେ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ । ଏହା ବ୍ୟତୀତ, ଏବେ ବାୟୋମେଟ୍ରିକ୍ କିମ୍ବା ATM କାର୍ଡ ବିନା ମଧ୍ୟ ଟଙ୍କା ଉଠାଯାଇପାରିବ ।

ସରକାର ଏବଂ ବ୍ୟାଙ୍କିଙ୍ଗ ସେକ୍ଟର UPI ସାହାଯ୍ୟରେ ନଗଦ ଉଠାଣକୁ ସହଜ କରିବା ପାଇଁ କାମ କରୁଛନ୍ତି । ଯେତେବଳେ କୌଣସି ବ୍ୟବସାୟିକ ପ୍ରତିନିଧି ଆଉଟଲେଟକୁ ଯାଆନ୍ତି, ପ୍ରଥମେ ସେ UPIରୁ QR କୋଡ୍ ସ୍କାନ କରିବେ । ସ୍କାନ କରିବା ପରେ ଗ୍ରାହକଙ୍କ ବ୍ୟାଙ୍କରୁ ଆକାଉଣ୍ଟରୁ ସେହି ଏମାଉଣ୍ଟ କାଟି ନିଆଯିବ । ଯାହାର ସମାନ ପରିମାଣ ବ୍ୟବସାୟିକ ପ୍ରତିନିଧିଙ୍କ ଆକାଉଣ୍ଟରେ ଜମା ହୋଇଯିବ । ଏହା ପରେ ବ୍ୟବସାୟିକ ପ୍ରତିନିଧି ଗ୍ରାହକଙ୍କୁ ନଗଦ କ୍ୟାସ୍ ଦେବେ । ତେବେ ଆପଣଙ୍କ ସୂଚନା ପାଇଁ କହିରଖୁଛୁ ବର୍ତ୍ତମାନ, ଗ୍ରାହକମାନେ ବ୍ୟବସାୟିକ ପ୍ରତିନିଧି ସହିତ ଉପଲବ୍ଧ ମାଇକ୍ରୋ-ATM ମେସିନରୁ ATM କାର୍ଡ ପ୍ରବେଶ କରି ଟଙ୍କା ଉଠାଇ ପାରିବେ । କିନ୍ତୁ ଏହି ପଦ୍ଧତି ବହୁତ କମ୍ ବ୍ୟବହୃତ ହୁଏ ।

 

SBI_Festive_Digital Billboard