ରାସନ୍ କାର୍ଡଧାରୀଙ୍କ ପାଇଁ ବଡ଼ ଖବର: ୫ କେଜି ବଦଳରେ ମିଳିବ ୧୦ କେଜି ଚାଉଳ

ଭୁବନେଶ୍ୱର: ରାସନ୍ କାର୍ଡଧାରୀଙ୍କ ପାଇଁ ଖୁସିର ଖବର ଆଣିଛି ରାଜ୍ୟ ସରକାର। ଏବେ ମୁଣ୍ଡପିଛା ୫ କେଜି ଚାଉଳ ବଦଳରେ ୧୦ କେଜି ଚାଉଳ ମିଳିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ରାଜ୍ୟର ପ୍ରାୟ ୩ କୋଟିରୁ ଅଧିକ ରାସନ୍ କାର୍ଡଧାରୀ ଏହି ଯୋଜନାରୁ ଲାଭ ପାଇବେ। ଏହି ପ୍ରସ୍ତାବ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଯିବ ଓ ନିଷ୍ପତ୍ତି ନିଆଯିବ।

କିନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ମଧ୍ୟ ଦେଇଛନ୍ତି ମନ୍ତ୍ରୀ। ଆସନ୍ତା ମାସରୁ e-KYC ନକରିଥିବା ରାସନ୍ କାର୍ଡଧାରୀଙ୍କୁ ଚାଉଳ ମିଳିବ ନାହିଁ। ରାଜ୍ୟରେ ଏବେ ବି ପ୍ରାୟ ୧୫ ଲକ୍ଷରୁ ଅଧିକ ଲୋକ e-KYC କରିନାହାଁନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, e-KYC ବାଧ୍ୟତାମୂଳକ। ତେଣୁ ରାସନ୍ କାର୍ଡଧାରୀଙ୍କୁ ତୁରନ୍ତ e-KYC କରିବାକୁ ପରାମର୍ଶ ଦିଆଯାଇଛି, ନହେଲେ ସେମାନେ ଏହି ଲାଭରୁ ବଞ୍ଚିତ ହେବେ।

ଏହି ନୂଆ ଯୋଜନା ଗରିବ ପରିବାରଙ୍କ ପାଇଁ ଏକ ବଡ଼ ସହାୟତା ହେବ ବୋଲି ଆଶା କରାଯାଉଛି। ତେଣୁ ସମସ୍ତ ରାସନ୍ କାର୍ଡଧାରୀ ନିଜର e-KYC ସମ୍ପୂର୍ଣ୍ଣ କରି ଏହି ସୁଯୋଗର ଲାଭ ଉଠାନ୍ତୁ।

SBI_Festive_Digital Billboard