ଘାସିରାମଙ୍କୁ ଜିତେଇବା ପାଇଁ ଭକ୍ତଙ୍କ ମାଷ୍ଟରପ୍ଲାନ : ଷ୍ଟିୟରିଂ କମିଟି ଓ ମନିଟରିଂ କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ୱର, ୧୭/୧୦ : ଆଗକୁ ନୂଆପଡ଼ା ଉପନିର୍ବାଚନ। ସ୍ନେହାଙ୍ଗିନୀ ଛୁରିଆ ବିଜେଡିରୁ ପ୍ରାର୍ଥୀ, ଘାସିରାମ ମାଝୀ କଂଗ୍ରେସରୁ ପ୍ରାର୍ଥୀ, ଜୟ ‌ଢୋଲକିଆ ହେଲେ ବିଜେପି ପ୍ରାର୍ଥୀ ହେଇଛନ୍ତି। ଆସନ୍ତା ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବାକୁ ନୂଆପଡ଼ା ଉପନିର୍ବାଚନର ପରିଚାଳନା ନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏକ ଷ୍ଟିୟରିଂ କମିଟି ଓ ମନିଟରିଂ କମିଟି ନିମ୍ନମତେ ଗଠନ କରିଛନ୍ତି। ଉକ୍ତ କମିଟି ଦ୍ୱୟ ବ୍ୟବସ୍ଥିତ ଭାବରେ ନିର୍ବାଚନ ପରିଚାଳନା କରି କଂଗ୍ରେସ ପ୍ରାର୍ଥୀ ଶ୍ରୀ ଘାସିରାମ ମାଝୀଙ୍କୁ ବିଜୟୀ କରିବାରେ ସମସ୍ତ ଦାୟୀତ୍ୱ ନିର୍ବାହ କରିବାକୁ ଶ୍ରୀ ଦାସ ଅନୁରୋଧ କରିଛନ୍ତି । “ନିର୍ବାଚନ ଷ୍ଟିୟରିଂ କମିଟି”ରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସପ୍ତଗିରି ଶଙ୍କର ଉଲ୍ଲାକା, ଦେବାଶିଷ ପଟ୍ଟନାୟକ, ସିର୍ଦ୍ଧାଥ ସ୍ୱରୂପ ଦାଶ, ଅଶୋକ ଦାସ, ସାଗର ଚରଣ ଦାସ, କାଡରକା ଆପାଲା ସ୍ୱାମୀ, ସତ୍ୟଜିତ ଗମାଙ୍ଗୋ, ମଙ୍ଗୁ ଖିଲ, ପବିତ୍ର ସାଉଁଟା ଓ ନିଳମାଧବ ହିକକା ପ୍ରମୁଖ ରହିଛନ୍ତି । “ନିର୍ବାଚନ ମନିଟରିଂ କମିଟି”ରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଭାରତ ଭୂଷଣ ବେମାଲ, ବିନୋଦ ପାତ୍ର, କୃଷ୍ଣଚନ୍ଦ୍ର ଶଗରିଆ, ଜାକବ ପ୍ରଧାନ, ଅଶିତ ପଟ୍ଟନାୟକ, ଦୌପ୍ରଦୀ ମାଝୀ, ଫକୀର ଜଗତ, ବିଜୟାନନ୍ଦ ଚାଉଳିଆ, ସରୋଜ ପ୍ରଧାନ, ପିନାକୀ ନାରାୟଣ ଦାସ, ସେମ ହେମ୍ବ୍ରମ, ଜ୍ଞାନରଞ୍ଜନ ଦାସ, ଗଣେଶ ସାହୁ, ଅନିଲ ମେହେର, ଅଜିତ ଦାସ, ଜଳନ୍ଧର ନାୟକ, ଅଖିଳ ଭତ୍ରା, ଦିଲ୍ଲୀପ ଦୁରିଆ, ନିର୍ମଳ ନାୟକ, ହରଦିପ ସିଂ ଓ ଅଙ୍କିତ ସିଂଘାଇ ପ୍ରମୁଖ ରହିଛନ୍ତି ବୋଲି ପିସିସି କାର୍ଯ୍ୟାଳୟ ସୂତ୍ରରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

 

SBI_Festive_Digital Billboard