ଭୁବନେଶ୍ୱର, ୧୩/୦୧ : ରାଜ୍ୟରେ ବଢ଼ିଲା ବୁଥ ସଂଖ୍ୟା । ଆଉ ୭ ହଜାର ବୁଥ ବୃଦ୍ଧି କରାଯାଇଛି । ପୂର୍ବରୁ ୩୬ ହଜାର ବୁଥ ଥିବା ବେଳେ ଏବେ ପ୍ରାୟ ୪୩ ହଜାର ବୁଥ କରାଯାଇଛି । ଓଡିଶାରେ SIR ଲାଗୁ ପାଇଁ ପ୍ରସ୍ତୁତି ୫ମାସ ଧରି ଚାଲିଛି । ସବୁ ବୁଥରେ ବୁଥ ଲେବୁଲ ଅଧିକାରୀ ନିଯୁକ୍ତ କରାଯାଇଛି । ୨୦୦୨ ମସିହାରେ ଶେଷ ଥର ପାଇଁ ଓଡ଼ିଶାରେ SIR ହୋଇଥିଲା । ୨୦୦୨ରେ ଭୋଟର ତାଲିକାରେ ଯେଉଁମାନଙ୍କ ନାମ ଥିଲା ସେମାନଙ୍କ ସଂଶୋଧନ ଦରକାର ନାହିଁ । ସେଥିରେ ସେମାନଙ୍କ ପୁଅ ଝିଅଙ୍କ ନାମ ଯୋଡ଼ାଯିବ । ଯେଉଁମାନଙ୍କର ନାଁ ୨୦୦୨ ତାଲିକାରେ ନଥିବ ସେମାନଙ୍କୁ କିଛି ଡକ୍ୟୁମେଣ୍ଟ ଦେବାକୁ ପଡିବ ।