ଭିତର କନିକାରେ କୁମ୍ଭୀରଙ୍କ ସଂଖ୍ୟା ୧୮୫୮କୁ ବୃଦ୍ଧି

ଭୁବନେଶ୍ୱର, ୧୯/୦୧ : ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ କୁମ୍ଭୀର ଗଣନା ଶେଷ ହୋଇଛି। ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର ଏନେଇ ସୂଚନା ଦେଇଛନ୍ତି । ଭିତରକନିକାରେ ଚଳିତ ବର୍ଷ ୧୮୫୮ ଟି କୁମ୍ଭୀର ଥିବା ଜଣାପଡିଛି । ୨ ଫୁଟରୁ ଆରମ୍ଭ କରି ୮ ଫୁଟରୁ ଅଧିକ ପର୍ଯ୍ୟନ୍ତ କୁମ୍ଭୀରର ଗଣନା କରାଯାଇଥିଲା। ୨୦୨୫ ମସିହାରେ ୧୮୨୬ଟି କୁମ୍ଭୀର ଥିବା ବେଳେ ଚଳିତ ବର୍ଷ ମାତ୍ର ୩୨ଟି କୁମ୍ଭୀର ଅଧିକ ଥିବା ଜଣାପଡିଛି । ଗତ ଜାନୁଆରୀ ୮ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ପର‌୍ୟ୍ୟନ୍ତ ଏହି ଗଣନା କରାଯାଇଥିଲା । ଏହି ଗଣନାରେ ପ୍ରାଣୀ ବିଶାରଦଙ୍କ ସହ, ରେଞ୍ଜ ଅଫିସର, ଫରେଷ୍ଟର, ଫରେଷ୍ଟଗାର୍ଡ ଓ ବନକର୍ମଚାରୀ ମାନେ ସାମିଲ ହୋଇଥିଲେ ।